ବାଲେଶ୍ବର ଈସାଣୀ ଗାଁରେ ପହଞ୍ଚିଛି NIA ଟିମ୍ । ପହଲଗାମ୍ ଘଟଣାରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଛନ୍ତି ଏକ ଟିମ୍ । ପହଲଗାମ୍ ଆତଙ୍କୀ ହମଲାରେ ଅଧିକ ତଥ୍ୟ ସଂଗ୍ରହ କରୁଛି NIA । ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ନାବାଳକ ପୁଅ । କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ? କେତେ ସମୟ ଧରି ସେମାନେ ଆତଙ୍କ ଖେଳାଇଥିଲେ ?
ସେହି ସମୟରେ ସ୍ଥାନୀୟ ଲୋକ ବା ଦୋକାନୀମାନଙ୍କ ବ୍ୟବହାର କେମିତି ଥିଲା ? ଏମିତି ଅନେକ ପ୍ରଶ୍ନ NIA ଟିମ୍ ପଚାରି ପାରେ । ଏହି ଘଟଣାର ତଦନ୍ତ NIA କରୁଥିବାରୁ ବାଲେଶ୍ୱରରେ ଆସି ପହଞ୍ଚିଛି । ଏହି ପଚରାଉଚରାରୁ NIA କୁ ଆତଙ୍କବାଦୀଙ୍କ ସଂପର୍କରେ ଅଧିକ ତଥ୍ୟ ବା କିଛି ସୁରାକ୍ ମଧ୍ୟ ମିଳିପାରେ । ଆତଙ୍କବାଦୀଙ୍କ ଏହି ବର୍ବରୋଚିତ କାଣ୍ଡକୁ ନିଜ ଆଖିରେ ଦେଖିଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ ।
Also Read
ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା
ଜମ୍ମୁ-କାଶ୍ମୀର ପହଲଗାମ୍ରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଏଥର ସେନା ନୁହେଁ, ପର୍ଯ୍ୟଟକଙ୍କୁ କରିଛନ୍ତି ଟାର୍ଗେଟ୍ । ପର୍ଯ୍ୟଟକଙ୍କ ଉପରେ ବର୍ଷିଥିଲା ଗୁଳି । ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱରର ପ୍ରଶାନ୍ତ ଶତପଥୀ, ଯିଏକି ନିଜ ପତ୍ନୀ ଓ ୮ ବର୍ଷର ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ । ତେବେ କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଥିଲେ ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥୀ ।
ପ୍ରିୟଦର୍ଶିନୀ ଶତପଥୀ ଗଣମାଧ୍ୟମକୁ କହିଥିଲେ, ''ଦିନ ସାଢେ ୧୨ଟା ଆକ୍ରମଣ ହୋଇଥିଲା । ମୁଁ, ମୋ ସ୍ୱାମୀ ଓ ପୁଅ ରୋପ୍ୱେରେ ବୁଲୁଥିଲୁ । ହଠାତ୍ ବାଣ ଫୁଟିବା ଭଳି ଢୋ ଢା ଶବ୍ଦ ହୋଇଥିଲା । ଆତଙ୍କବାଦୀମାନେ ଅତର୍କିତ ଭାବେ ଅନ୍ଧାଧୂନ୍ ଗୁଳିବର୍ଷା କରିଥିଲେ । ପ୍ରଶାନ୍ତଙ୍କ ବାମ ମୁଣ୍ଡରେ ଗୁଳି ବାଜିଥିଲା । ମୋ ଆଖି ସାମ୍ନାରେ ସବୁ ଘଟିଥିଲା । ''