Advertisment

Terrorist Attack on Tourists: ଘେରାବନ୍ଦୀ କରି ମାରିଥିଲେ ପର୍ଯ୍ୟଟକଙ୍କୁ, ପ୍ରଥମେ ଟଳିଥିଲେ ନୌସେନା ଅଧିକାରୀ

ଦୁଇ ଜଣ ଆତଙ୍କବାଦୀ ସେନାବାହିନୀର ପୋଷାକ ଭଳି ପୋଷାକ ପିନ୍ଧିଥିଲେ । ଜଣେ ଆତଙ୍କବାଦୀ କାଶ୍ମୀରର ପାରମ୍ପରିକ ପୋଷାକ ପିନ୍ଧିଥିଲା । ପ୍ରଥମେ ପ୍ରସ୍ଥାନ ଗେଟ୍ ନିକଟରେ ଫୁଟିଥିଲା ଗୁଳି । ଲୋକମାନେ ଭୟରେ ପ୍ରବେଶ ଗେଟ୍ ଆଡକୁ ଦୌଡିଥିଲେ । ପ୍ରବେଶ ଗେଟ୍ ନିକଟରେ ଛକି ରହିଥିଲେ ଦୁଇ ଜଣ ଆତଙ୍କବାଦୀ । ଦୌଡୁଥିବା ଲୋକଙ୍କୁ ସେଠାରେ ଏକାଠି କରିଥିଲେ । ମହିଳାମାନଙ୍କୁ ଅଲଗା ହୋଇଯିବା ପାଇଁ କହିଥିଲେ ।

ଅଦ୍ୟତନ ହୋଇଛି
Pahalgam Attack

Pahalgam Attack

Advertisment

ପ୍ରବେଶ ଗେଟ୍ ଓ ପ୍ରସ୍ଥାନ ଗେଟରେ ଜଗି ରହି ଗୁଳି କରିଥିଲେ ଆତଙ୍କୀ । ଯୋଜନା କରି ଜଣ ଜଣ କରି ମାରିଥିଲେ ଆତଙ୍କବାଦୀ । ପହଲଗାମ ଆକ୍ରମଣ ଘଟଣାକୁ ଧିରେ ଧିରେ ରହସ୍ୟ ଉନ୍ମୋଚିତ ହେବାରେ ଲାଗିଛି । ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଲୋକମାନେ ବଖାଣୁଛନ୍ତି ସେହି ଛାତିଥରା ଦୃଶ୍ୟ । ବୈସରନ ଉପତ୍ୟକାରେ ଦୁଇ ପଟ ଗେଟରେ ଜଗି ରହି ଆତଙ୍କବାଦୀମାନେ ଚଳାଇଥିଲେ ନରସଂହାର । ସେ ସମୟରେ ଉପସ୍ଥିତ ଥିବା ଓ ନିଜ ଆଖିରେ ଏହି ଭୟାନକ ଦୃଶ୍ୟ ଦେଖିଥିବା ପର୍ଯ୍ୟଟକମାନେ ଏହି ଘଟଣାକୁ ଭୁଲି ପାରୁନାହାନ୍ତି । ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କ ବୟାନ ରେକର୍ଡ କରୁଛି NIA ଟିମ୍ ।

Advertisment

ମିଳିଥିବା ଖବର ଅନୁଯାୟୀ, ୪ ଜଣ ଆତଙ୍କବାଦୀ ଘଟାଇଥିଲେ ଏହି ବୀଭତ୍ସ କାଣ୍ଡ । ଦୁଇ ଜଣ ଆତଙ୍କବାଦୀ ପ୍ରବେଶ ଗେଟରେ ପଶିଥିଲେ । ଜଣେ ଆତଙ୍କବାଦୀ ପ୍ରସ୍ଥାନ ଗେଟ୍ ନିକଟରେ ଛିଡା ହୋଇଥିଲା । ଅନ୍ୟ ଜଣେ ଅଳ୍ପ ଦୂରରେ ଥିଲା । ଏହି ଚତୁର୍ଥ ଆତଙ୍କବାଦୀ ଜଣକ ବାହାରେ ରହିଥିଲା । ଏହି ୩ ଜଣଙ୍କୁ ସହାୟତା କରିବାକୁ ବାହାରେ ଜଗି ରହିଥିଲା । 

ଅଧିକ ପଢ଼ନ୍ତୁ: କଟକରେ NIA ଟିମ୍‌, ଭୋଳ ପରିବାରକୁ କ'ଣ ପଚାରିଲା ?

ପର୍ଯ୍ୟଟକମାନେ ହସଖୁସିରେ ମସଗୁଲ୍ ଥିଲା ବେଳେ ୩ ଜଣ ଆତଙ୍କବାଦୀ ଗୁଳି ଚଳାଇଥିଲେ । ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ଏହି ଅଞ୍ଚଳରେ ସାଙ୍ଗେସାଙ୍ଗେ ଖେଳି ଯାଇଥିଲା ଆତଙ୍କ । ଦୁଇ ଜଣ ଆତଙ୍କବାଦୀ ସେନାବାହିନୀର ପୋଷାକ ଭଳି ପୋଷାକ ପିନ୍ଧିଥିଲେ । ଜଣେ ଆତଙ୍କବାଦୀ କାଶ୍ମୀରର ପାରମ୍ପରିକ ପୋଷାକ ପିନ୍ଧିଥିଲା । ପ୍ରଥମେ ପ୍ରସ୍ଥାନ ଗେଟ୍ ନିକଟରେ ଫୁଟିଥିଲା ଗୁଳି । ଲୋକମାନେ ଭୟରେ ପ୍ରବେଶ ଗେଟ୍ ଆଡକୁ ଦୌଡିଥିଲେ । ପ୍ରବେଶ ଗେଟ୍ ନିକଟରେ ଛକି ରହିଥିଲେ ଦୁଇ ଜଣ ଆତଙ୍କବାଦୀ । ଦୌଡୁଥିବା ଲୋକଙ୍କୁ ସେଠାରେ ଏକାଠି କରିଥିଲେ । ମହିଳାମାନଙ୍କୁ ଅଲଗା ହୋଇଯିବା ପାଇଁ କହିଥିଲେ । ଏହାକୁ କେତେ ଜଣ ସିଧାସିଧା ମନା କରିଦେଇଥିଲେ ।

Advertisment

ପରେ ଆତଙ୍କବାଦୀମାନେ କହିଥିଲେ, ହିନ୍ଦୁ ଓ ମୁସଲିମ୍ ଅଲଗା ହୋଇଯାଅ । ଏହାକୁ ମଧ୍ୟ କେତେ ଜଣ ମନା କରିଥିଲେ । ଏହା ପରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ କଲମା ପଢ଼ିବାକୁ କହିଥିଲେ । ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କୁ ପ୍ରଥମେ ପ୍ରବେଶ ଗେଟ୍ ନିକଟରେ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ପ୍ରବେଶ ପଥ ନିକଟ ଟି ଷ୍ଟଲ୍ ଓ ଭେଲପୁରି ଷ୍ଟଲ ନିକଟରେ ଗହଳି ଥିବାରୁ ସବୁଠୁ ଅଧିକ ଲୋକଙ୍କୁ ସେଠାରେ ହତ୍ୟା କରିଥିଲେ । ନରସଂହାର ପରେ ଆତଙ୍କବାଦୀମାନେ ପାର୍କର ବାମପଟ ପାଚେରୀ ଡେଇଁ ଚାଲିଯାଇଥିଲେ । NIAର ଏକ ୬ ଜଣିଆ ଟିମ୍ ଏହି ସ୍ଥାନରେ ଆକ୍ରମଣ ଘଟଣାର ସିନ୍ ରିକ୍ରିଏସନ୍ କରିବାକୁ ପହଞ୍ଚିଛନ୍ତି । ଏହି ଟିମରେ ଦୁଇ ଜଣ ଫରେନସିକ ସଦସ୍ୟ ମଧ୍ୟ ଥିଲେ ।

ନିକଟସ୍ଥ ଜଙ୍ଗଲ ଅଞ୍ଚଳ ଓ ଆତଙ୍କବାଦୀମାନେ ଯେଉଁ ବାଟ ଦେଇ ଯାଇଛନ୍ତି ବୋଲି କୁହାଯାଉଛି, ସେହି ସ୍ଥାନର ଭିଡିଓଗ୍ରାଫ୍ କରାଯାଇଛି । ୪୫ ଜଣ ସ୍ଥାନୀୟ ଦୋକାନୀ ଓ ଘୋଡ଼ା ଚାଳକଙ୍କୁ ପଚରାଉଚରା କରାଯାଇଛି । ଗୁଳି ଫୁଟୁଥିବା ବେଳେ ଆଲ୍ଲାହୁ ଅକବର କହୁଥିବା ଜଣେ ଜିପଲାଇନ୍ ଅପରେଟରଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ୍ । ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଘଟଣାରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ହମଲା, ମିଳିଲା ବଡ଼ ପ୍ରମାଣ; ପାକିସ୍ତାନ ସେନା ହିଁ କରିଛି ଆକ୍ରମଣ !

Tourist Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ