Advertisment

OGWs in Kashmir: ଭାରତର ଖାଉଛନ୍ତି ପାକିସ୍ତାନର ଗାଉଛନ୍ତି; ଗୋଟି ଗୋଟି କରି ମାରି ସଫା କରିବ ଆର୍ମି...

ଭାରତର ଖାଉଛନ୍ତି ପାକିସ୍ତାନର ଗାଉଛନ୍ତି । ଆତଙ୍କବାଦୀଙ୍କ ଆଖି, ନାକ, କାନ ଭାବେ କାମ କରୁଛନ୍ତି । ଏହି ବିଷଧର ସାପଙ୍କୁ ସଫା କରିବାର ଏବେ ସମୟ ଆସିଛି ।

Indian Army and OGWs in Kashmir:

Indian Army and OGWs in Kashmir:

Advertisment

ଦେଶ ଭିତରେ ଲୁଚି ରହିଛନ୍ତି ଗଦ୍ଦାର । ଭାରତର ଖାଉଛନ୍ତି ପାକିସ୍ତାନର ଗାଉଛନ୍ତି । ଆତଙ୍କବାଦୀଙ୍କ ଆଖି, ନାକ, କାନ ଭାବେ କାମ କରୁଛନ୍ତି । ଏହି ବିଷଧର ସାପଙ୍କୁ ସଫା କରିବାର ଏବେ ସମୟ ଆସିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମରେ ୪ ଆତଙ୍କବାଦୀ ରଚିଥିଲେ ନରସଂହାର। ୨୬ ଜଣ ନିର୍ଦ୍ଦୋଷଙ୍କୁ ହତ୍ୟା କରିଥିଲେ। ତେବେ ଏଥିପାଇଁ କେବଳ ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନ ଦାୟୀ ନୁହଁ ବରଂ ଭାରତରେ ଖାଇ ପାକିସ୍ତାନର ସ୍ୱପ୍ନ ଦେଖୁଥିବା OGW ବା ଓଭର ଗ୍ରାଉଣ୍ଡ ୱାର୍କର୍ସ ମଧ୍ୟ ସମାନ ରୁପରେ ଦାୟୀ। ଏମାନେ ଏପରି ବିଶ୍ୱାସଘାତକ ଯେଉଁମାନେ ଆତଙ୍କବାଦୀଙ୍କ ଆଖି ନାକ ଏବଂ କାନ ଭାବରେ କାମ କରିଥାନ୍ତି। ଆଉ ଏହି ଜହ୍ଲାଦ ମାନଙ୍କୁ ନିପାତ କରିବାକୁ ଏବେ ସଂକଳ୍ପ ନେଇଛି ଭାରତୀୟ ସେନା। OGWମାନେ ଆତଙ୍କବାଦୀଙ୍କ ଅମ୍ଳଜାନ ସଦୃଶ୍ୟ, ତେଣୁ ଏହି ଏହି ଅମ୍ଳଜାନ ପାଇପଲାଇନକୁ କାଟିବାକୁ ସଂକଳ୍ପ ନେଇଛି ସୁରକ୍ଷା ବାହିନୀ।

Advertisment

ଆକଳନ କରାଯାଇଛି ଯେ କାଶ୍ମୀରର ୧୦ ଜିଲ୍ଲାରେ ପ୍ରାୟ ୩,୫୦୦ OGW ସକ୍ରିୟ ଅଛନ୍ତି। ପହଲଗାମ ଆକ୍ରମଣ ପରେ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ OGW ହୋଇପାରନ୍ତି। ପହଲଗାମ ଆକ୍ରମଣରେ ସାହାଯ୍ୟ କରିଥିବା ସନ୍ଦେହରେ ୨୫୦ ଜଣଙ୍କୁ ପଚରାଉଚରା କରାଯାଇଛି ଆଉ ୭ ଜଣ ଗିରଫ ମଧ୍ୟ ହୋଇଛନ୍ତି।

ଅଧିକ ପଢନ୍ତୁ: ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF

କିଛି ଟଙ୍କା ପାଇଁ ଏହି ଦେଶଦ୍ରୋହୀମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରନ୍ତି। ଏମାନେ ଯେକୌଣସି ଆତଙ୍କବାଦୀ ସଂଗଠନ ଅପେକ୍ଷା ଅଧିକ ବିପଦଜନକ। OGWଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ସୁରକ୍ଷିତ ବାସସ୍ଥାନ ଯୋଗାଇବା, ସେମାନଙ୍କ ପାଇଁ ଖାଦ୍ୟ, ଟଙ୍କା ଏବଂ ପୋଷାକ ବ୍ୟବସ୍ଥା କରିବା, ଆକ୍ରମଣ ପ୍ଲାନ ତିଆରିରେ ସାମିଲ ହେବା, ଆତଙ୍କୀଙ୍କୁ ସୁରକ୍ଷା ବାହିନୀ ବିଷୟରେ ସୂଚନା ପ୍ରଦାନ କରିବା, ଆତଙ୍କବାଦୀଙ୍କୁ ଆକ୍ରମଣ ସ୍ଥଳକୁ ପରିବହନ କରିବା ଏବଂ ଆକ୍ରମଣ ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା। OGW ବିନା ଆତଙ୍କବାଦୀ ଦେଶରେ ପ୍ରବେଶ କରିବା ମଧ୍ୟ ଅସମ୍ଭବ।

Advertisment

ଏହି କାରଣରୁ ଏଥର ଭାରତୀୟ ସେନା OGWଙ୍କ ଅସ୍ତିତ୍ୱ ମିଟାଇବାକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହା ଏବେ ସ୍ପଷ୍ଟ ଯେ ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ, ଏହାସହ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଭାରତର ଦେଶଦ୍ରୋହୀମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ । 

ଅଧିକ ପଢନ୍ତୁ: 'ବିନା ନାଗରିକତାରେ ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ'

Advertisment
Pakistan Soldiers Pakistan Indian Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ