/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656231795.jpg)
Over Rs 3 Crore Cash Seized From Drug Official
ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍। ଏତେ ଟଙ୍କା ଯେ, ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ବିହାର ରାଜଧାନୀ ପାଟନାରେ ଦୁର୍ନୀତିକୁ ନେଇ ଏକ ବଡ଼ ମାମଲାର ଖୁଲାସା ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ଘରେ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।
ପାଟନା ସହରର ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ଖାନ୍ ମିର୍ଜା ଅଞ୍ଚଳରେ ଥିବା ଜିତେନ୍ଦ୍ରଙ୍କ ବାସଭବନରେ ସର୍ଭେଲାନ୍ସ ଟିମ୍ ଚଢ଼ଉ ପରେ ୩ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଛି। ଏହାସହ କୋଟି କୋଟି ଟଙ୍କା ଜମିର କାଗଜପତ୍ର, ସୁନା ଓ ରୁପା ଅଳଙ୍କାର, ୪ଟି ଲକ୍ଜୁରି କାର୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। ଖଟ ତଳେ, ଛାତ ରେଲିଂ, ସମେତ ଅନ୍ୟାନ୍ୟ ସ୍ଥାନରେ ଟଙ୍କାକୁ ଲୁଚାଇ ରଖାଯାଇଥିଲା।
ସେପଟେ ପଞ୍ଜାବ ଭିଜିଲାନ୍ସ ବିଭାଗ ଶନିବାର ଦିନ ଗିରଫ IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍ ଆଇଫୋନ୍ ସମେତ ୨ଟି ସାମସଙ୍ଗ୍ ସ୍ମାର୍ଟ ୱାଚ୍ ଜବତ କରିଛି। ବତ ହୋଇଥିବା ସୁନା ୧୨ କିଲୋ ସୁନା ମଧ୍ୟରେ ୯ଟି ସୁନା ଇଟା, ୪୯ଟି ସୁନା ବିସ୍କୁଟ୍ ଓ ୧୨ଟି ସୁନା ମୁଦ୍ରା ରହିଛି। ସେହିପରି ଜବତ ୩ କିଲୋ ରୁପା ମଧ୍ୟରେ ୩ଟି ରୁପା ଇଟା ଓ ୧୮ଟି ରୁପା ମୁଦ୍ରା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)