Advertisment

Train Vandalised: କୁମ୍ଭ ମେଳା ପାଇଁ ଅସମ୍ଭାଳ ଭିଡ, ଟ୍ରେନ ଉପରକୁ ଟେକା ମାଡ଼ କଲେ ଯାତ୍ରୀ

୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
train

train

Advertisment

ଦୀର୍ଘ ୧୪୪ ବର୍ଷ ପରେ ଉତ୍ତର ପ୍ରଦେଶରପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ମହାକୁମ୍ଭମେଳା ୨୦୨୫। କୁମ୍ଭମେଳାରେ ବୁଡ ପକାଇବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଚଳିତ ବର୍ଷର କୁମ୍ଭମେଳା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ମହାକୁମ୍ଭ ମେଳାକୁ ପ୍ରାୟ ୩୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଦୂରଗାମୀ ଟ୍ରେନ୍ ହୋଇଥିବା ବେଳେ ୫୫୪ଟି ଟିକେଟ କାଉଣ୍ଟର ରହିଛି , ଯେଉଁଥିରେ ୧୫୧ଟି ମୋବାଇଲ୍ ଅଣସଂରକ୍ଷିତ ଟିକେଟ ସିଷ୍ଟମ୍ (UTS) କାଉଣ୍ଟର ସମେତ ଏହାର ମନିଟରିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment

୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଟ୍ରେନରେ ଅସମ୍ଭବ ଭିଡ ଲାଗି ଥିବା ବେଳେ ଯାତ୍ରୀ ଟ୍ରେନରେ ଚଢି ନ ପାରି ରାଗରେ ଟେକା ଫୋପାଡିଥିଲେ।

ଡ. ଆମ୍ବେଦକର ନଗର – ପ୍ରୟାଗରାଜ ଏକ୍ସେପ୍ରେସରେ ଚଢିବାରେ ବିଫଳ ହେବା ପରେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ରାତି ୧.୦୦ ରୁ ୧.୩୦ ମଧ୍ୟରେ ଟ୍ରେନଟି ପ୍ଲାଟଫର୍ମକୁ ଆସିଥିଲା। ପ୍ଲାଟଫର୍ମରେ ୭-୮ ହଜାର ଲୋକ ଅପେକ୍ଷା କରିଥିଲେ। ଅନ୍ୟ ପକ୍ଷରେ ଟ୍ରେନରେ ଏତେ ସ୍ଥାନ ନ ଥିବା କାରଣରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଲୋକେ ଟେକା ପଥର ମାଡ କରୁଥିବା ବେଳେ ପୋଲିସକୁ ଭିଡ ନିୟନ୍ତ୍ରଣ ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଟ୍ରେନରେ ପୂର୍ବରୁ ଭିଡ ଥିବାରୁ ଭିତରେ ଥିବା ଯାତ୍ରୀ ମାନେ ଗେଟ ଖୋଲି ନ ଥିଲେ। ଫଳରେ ଷ୍ଟେସନରେ ଉପସ୍ଥିତ ଳୋକ ଟେକା ପଥର ମାଡ କରିଥିଲେ।

ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପରିବହନ ପାଇଁ ଭାରତୀୟ ରେଳବାଇ ୧୦,୦୦୦ ନିୟମିତ ଟ୍ରେନ୍ ଚଲାଉଥିବା ବେଳେ ୩୧୩୪ ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି । ଅଧିକାରୀମାନେ କହିଛନ୍ତି ଯେ ମହାକୁମ୍ଭ ପାଇଁ ମୋଟ ୧୮୬୯ ଟି ସ୍ୱଳ୍ପ ଦୂରଗାମୀ ଟ୍ରେନ୍(short-distance trains), ୭୦୬ଟି ଦୂରଗାମୀ ଟ୍ରେନ୍ (long distance train) ଏବଂ ୫୫୯ଟି ରିଙ୍ଗ ଟ୍ରେନ୍ (ring train) ଚଳାଚଳ କରୁଛି ।

Advertisment

ରେଳ ମନ୍ତ୍ରଣାଳୟ ମହାକୁମ୍ଭ ପାଇଁ କିଛି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପ ଗୁଡ଼ିକର ମୋଟ ମୂଲ୍ୟ ୩୭୦୦ କୋଟି ଟଙ୍କା ବୋଲି ଜଣାପଡିଛି । ତେବେ ସଙ୍ଗମ ଏବଂ ଏହା ସଂଲଗ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ଅଂଶ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ଅଂଶର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ମିଳିଛି । ୨୦୨୫ ମହାକୁମ୍ଭକୁ ମୋଟ ୪୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଇ ଥିବା ବେଳେ କେବଳ ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଅବସରେ ୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Train Kumbh Mela Maha Kumbh Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ