Advertisment

ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୪୦ଟି ବୋଟ

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...

author-image
Prangyan Parimita
ଅଦ୍ୟତନ ହୋଇଛି
Visakhapatnam Fishing Harbour Fire Accident

massive fire

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଫିସିଂ ହାରବରରେ ଥିବା ୪୦ଟି ବୋଟ ଜଳିଗଲା । ପ୍ରଥମେ ଗୋଟିଏ ଗୋଟରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ନ୍ୟ ବୋଟକୁ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Advertisment

ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ପୋଲିସର କହିବା ଅନୁସାରେ, ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ପାଖକୁ ପାଖ ଲାଗି ରହିଥିବା ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଡଙ୍ଗାରେ ଏଲପିଜି ସିଲିଣ୍ଡର ଥିବାରୁ ଖୁବ୍ ଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡର ଗୁଡିକ ଏପରି ବିସ୍ଫୋରର ହୋଇଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ ।

ବୋଟ ଗୁଡ଼ି ଫାଇବରରେ ନିର୍ମାଣ ହୋଇଥିବାକୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ତେବେ କେମିତି ବୋଟରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Advertisment
Fire Mishap Fire Accident Visakhapatnam
Advertisment
Advertisment