Advertisment

ଚାଞ୍ଚଲ୍ୟକର ରିପୋର୍ଟ- ୨୦୦ ମିଲିୟନରୁ ଅଧିକ Twitter ୟୁଜର୍ସଙ୍କ ଇ-ମେଲ୍‌ ଆଡ୍ରେସ୍‌ ଲିକ୍‌ !

୨୦୦ ମିଲିୟନରୁ ଅଧିକ ଟ୍ୱିଟର ୟୁଜର୍ସଙ୍କ ଇ-ମେଲ୍‌ ଆଡ୍ରେସ୍‌ ଲିକ୍‌ ହୋଇଥିବା ସୂଚନା ମିଳିଛି। ଏହିସବୁ ଇ-ମେଲ୍‌ ଆଡ୍ରେସ୍‌କୁ ଚୋରି କରି ହ୍ୟାକର୍ସମାନେ ଏହାକୁ ଅନ୍‌ଲାଇନ୍‌ ହ୍ୟାକିଂ ଫୋରମ୍‌ରେ ପୋଷ୍ଟ କରିଥିବା ଜଣେ ସିକ୍ୟୁରିଟି ରିସର୍ଚ୍ଚର କହିଛନ୍ତି।

ଅଦ୍ୟତନ ହୋଇଛି
Twitter Users Email Addresses Leaked

Over 200 Million Twitter Users Email Addresses Leaked

Advertisment

୨୦୦ ମିଲିୟନରୁ ଅଧିକ ଟ୍ୱିଟର(Twitter) ୟୁଜର୍ସଙ୍କ ଇ-ମେଲ୍‌ ଆଡ୍ରେସ୍‌ ଲିକ୍‌ ହୋଇଥିବା ସୂଚନା ମିଳିଛି। ଏହିସବୁ ଇ-ମେଲ୍‌ ଆଡ୍ରେସ୍‌କୁ ଚୋରି କରି ହ୍ୟାକର୍ସମାନେ ଏହାକୁ ଅନ୍‌ଲାଇନ୍‌ ହ୍ୟାକିଂ ଫୋରମ୍‌ରେ ପୋଷ୍ଟ କରିଥିବା ଜଣେ ସିକ୍ୟୁରିଟି ରିସର୍ଚ୍ଚର କହିଛନ୍ତି। ସିକ୍ୟୁରିଟି ରିସର୍ଚ୍ଚର ଅଲୋନ୍‌ ଗାଲ୍‌ କହିଛନ୍ତି, ‘ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ପର୍ଯ୍ୟନ୍ତ ଏତେ ବଡ଼ ଲିକ୍‌ କେବେ ହୋଇଥିବା ମୁଁ ଦେଖିନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲିକ୍‌।’

Advertisment

ଅଲୋନ୍‌ଙ୍କ ଏଭଳି ଚାଞ୍ଚଲ୍ୟକର ରିପୋର୍ଟକୁ ନେଇ ଖବର ଲେଖାଯିବା ସୁଦ୍ଧା ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଡିସେମ୍ବର ୨୪ରେ ପ୍ରଥମେ ଏସମ୍ପର୍କିତ ରିପୋର୍ଟ ସେ LinkedInରେ ପୋଷ୍ଟ କରିଥିଲେ। ହେଲେ ଏବେ ସୁଦ୍ଧା ଟ୍ୱିଟର ପକ୍ଷରୁ ନା କୌଣସି ପ୍ରତିକ୍ରିୟା ମିଳିପାରିଛି ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। 

ଅଧିକ ପଢ଼ନ୍ତୁ: DP କିମ୍ବା ଫ୍ରୋଫାଇଲ୍‌ ନାଁ ବଦଳାଇଲେ ବ୍ଲୁ ଟିକ୍‌କୁ ହଟାଇଦେବ ଟ୍ୱିଟର୍‌

Advertisment

ହ୍ୟାକର୍ସମାନେ ଅନ୍‌ଲାଇନ୍‌ ହ୍ୟାକିଂ ଫୋରମ୍‌ରେ ପୋଷ୍ଟ କରିଥିବା ୟୁଜର୍ସଙ୍କ ଇ-ମେଲ୍‌ ଆଡ୍ରେସ୍‌ର ତଥ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କେଉଁଠୁ ଏହା ହ୍ୟାକ୍‌ ହୋଇଛି ? ଏହା ପଛରେ କେଉଁମାନଙ୍କ ହାତ ଅଛି ? ଏସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ସାମ୍ନାକୁ ଆସିନି। ତେବେ ଏଲନ୍‌ ମସ୍କଙ୍କ ହାତକୁ ଟ୍ୱିଟରର ମାଲିକାନା ଯିବା ପୂର୍ବରୁ ଅର୍ଥାତ୍‌ ୨୦୨୧ ମସିହାରେ ଏହି ହ୍ୟାକ୍‌ ହୋଇଥିବା ସନ୍ଦେହ କରାଯାଉଛି। 

Twitter Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ