• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଠାତ୍‌ ବଦଳିଗଲା ପାଗ, ହିମସ୍ଖଳନରେ ୨୮ ପର୍ବତାରୋହୀ ବରଫ ତଳେ ଫସିଥିବା ଆଶଙ୍କା । ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ଦାଣ୍ଡା-୨ ପର୍ବତର ଦ୍ରୌପଦୀ ଗିରିଶୃଙ୍ଗରେ ହିମସ୍ଖଳନ ହେବା ଯୋଗୁଁ ପ୍ରାୟ ୨୮ ଜଣ ଟ୍ରେନି ପର୍ବତାରୋହୀ ଫସି ରହିଥିବା ଆଶଙ୍କା କରାଯାଉଛି ।  ଏବେ ସୁଦ୍ଧା ୮ଜଣଙ୍କୁ ଉଦ୍ଧାରା କରାଯାଇଛି । ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ।

ଘଟଣାସ୍ଥଳକୁ ଉତ୍ତରାଖଣ୍ଡର ହିମାଳୟ ପାଦତଳେ ଥିବା ଗରଓ୍ୱାଲ ବେସରୁ ଉଦ୍ଧାରକାରୀ ଦଳ ଯାତ୍ରା କରିଛନ୍ତି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍, ଏନଡିଆରଏଫ୍ ଓ ଆଇଟିବିପିର ଯବାନମାନେ ଡେରାଡୁନର ଶସ୍ତ୍ରଧାର ହେଲିପ୍ୟାଡରୁ ଯାତ୍ରା କରିଛନ୍ତି । ଏହାସହ ସେନାର ମଧ୍ୟ ସାହାଯ୍ୟ ନିଆଯାଇଛି । ଉଦ୍ଧାରକାରୀ ଦଳ ସ୍ୱତନ୍ତ୍ର ହେଲକପ୍ଟରରେ ଯାତ୍ରା କରିଛନ୍ତି ।

ତେବେ ଏହି ଅଘଟଣରେ କିଛି ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ରହିଛି। ହେଲେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।