/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705300262.jpg)
Delhi airport
ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ୧୬୦ରୁ ଅଧିକ ବିମାନ ବିଳମ୍ବିତ, ୮୪ ବିମାନ ବାତିଲ । ଦୃଶ୍ୟମାନ ଦୂରତା କମ ଥିବାରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ ବିମାନ ବିଳମ୍ବିତ ରହିଛି । ଦୁଇ ସପ୍ତାହର ଶୀତ ଅବକାଶ ପରେ ଆଜିଠାରୁ ସ୍କୁଲ କଲେଜ ଖୋଲିବାକୁ ଥିଲା ।
ତେବେ ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି । ହଜାର ହଜାର ସଂଖ୍ୟାରେ ଯାତ୍ରୀ ବିମାନ ବନ୍ଦରରେ ଅପେକ୍ଷାରତ ରହିଛନ୍ତି । ସେପଟେ ବିଳମ୍ବରେ ଚାଲୁଛି ଦିଲ୍ଲୀ ଯାଉଥିବା ୧୮ ଟ୍ରେନ୍ । ଦିଲ୍ଲୀରେ ଆହୁରି ୪ରୁ ୫ ଦିନ ଏଭଳି ଘନ କୁହୁଡ଼ି ନେଇ IMD ସୂଚନା ଜାରିକରିଛି ।
ସେପଟେ ବିମାନ ଉଡ଼ାଣରେ ବିଳମ୍ବକୁ ନେଇ ଜଣେ ଯାତ୍ରୀ ପାଇଲଟ୍ଙ୍କୁ ମାଡ଼ ମାରିଥିବାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାର ଲାଗିଛି । କୁହୁଡ଼ି ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ କାରଣରୁ ପାଇଲଟକୁ ପିଟିଛନ୍ତି ଜଣେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଇଣ୍ଡିଗୋ ବିମାନରେ ।
ଇଣ୍ଡିଗୋ ବିମାନ (6E-2175) ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରିବାରେ ଥିଲା । ହେଲେ ଖରାପ ପାଗ ବା କୁହୁଡ଼ି ଯୋଗୁଁ ଉଡ଼ାଣ ଭରିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଯାତ୍ରୀ ଜଣକ ଖୁବ୍ ରାଗିଯିବା ସହ ପାଇଲଟ୍ଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି । ଯାତ୍ରୀ ଜଣକଙ୍କ ନାଁ ସାହିଲ କାଟାରାୟା ବୋଲି ଜଣାପଡିଛି । ତେବେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତଦନ୍ତ ମଧ୍ୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)