• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗତ ବର୍ଷ ୧୨,୦୦୦ ଲୋକଙ୍କ ଜୀବନ ଯାଇଛି

  • ଏନ୍‌ସିଆର୍‌ବି ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ : ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଏହି ସୂଚନା ମିଳିଛି । ଗତ ବର୍ଷ ଟ୍ରେନ୍ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ଥିଲା ୩୨ ଜଣ । ଏହାସହ ଟ୍ରେନରୁ ଖସିପଡ଼ିବା କିମ୍ବା ରେଲୱେ ଟ୍ରାକ ପାର ହେଲା ବେଳେ ୮,୪୦୦ ଲୋକ (ପ୍ରାୟ ୭୦ ପ୍ରତିଶତ) ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା

ଏନସିଆରବି ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି, ଯାହା  ସମୁଦାୟ ଦୁର୍ଘଟଣାର ୨୦ ପ୍ରତିଶତ ଅଟେ । ଏହି ତାଲିକାରେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ୧୯୨୨ ଲୋକ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବାବେଳେ ଉତ୍ତରପ୍ରଦେଶରେ ୧୫୫୮ ଜଣଙ୍କର ମୃତ୍ୟୁ ହୋଇଛି । ୟୁପିରେ ମୋଟ ୧୫୬୦ ରେଳ ଦୁର୍ଘଟଣା ହୋଇଥିବା ବେଳେ ଏହା ମୋଟ୍ ଦୁର୍ଘଟଣାର ୧୨ ପ୍ରତିଶତ । ଏହି କାରଣରୁ ଉଭୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଛି । ଏହା ବ୍ୟତୀତ ୟୁପିରେ ରେଳ କ୍ରସିଂରେ ଦୁର୍ଘଟଣାର ରେକର୍ଡ ଛୁଇଁଛି । କେନ୍ଦ୍ରର ରିପୋର୍ଟ ଅନୁସାରେ ରେଳ କ୍ରସିଂରେ ହୋଇଥିବା ଦୁର୍ଘଟଣାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି । ଏଥି ସହିତ ରେଳ କ୍ରସିଂରେ ଦୁର୍ଘଟଣାରରେ ବିହାର ଦ୍ୱିତୀୟ ସ୍ଥାନରେ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି ।

ତୁଳନାତ୍ମକ ଭାବେ ୨୦୨୦ରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ ରେଳ ଦୁର୍ଘଟଣା ସ୍ଥିତି କିଛି ମାତ୍ରାରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ୨୦୧୯ ରେ ୨୭,୯୮୭  ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ରେ ଏହା ହ୍ରାସ ପାଇ ୧୩,୦୧୮କୁ ଖସିଛି । ୨୦୨୦ରେ ଦୁର୍ଘଟଣାରେ ୧୧୯୮୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨୨୭ ଜଣ ଆହତ ହୋଇଛନ୍ତି  । ଗତ ବର୍ଷ ରେଳ ଦୁର୍ଘଟଣାରେ ୯୧୧୭ ଟି ଦୁର୍ଘଟଣା କେବଳ ଟ୍ରେନରୁ ଖସି କିମ୍ବା ଲେବେଲ କ୍ରସିଂ ଜନିତ ବୋଲି ସୂଚନା ମିଳିଛି । ସେହିଭଳି ଦୁର୍ଘଟଣାରେ ସାରା ଦେଶରେ ପ୍ରାୟ ୮୪୦୦ ଲୋକ ପ୍ରାଣ ହରାଇଛନ୍ତି ।