Advertisment

ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ପେଟରେ ଯନ୍ତ୍ରଣା ଅନୁଭବ ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଗାଁର କିଛି ଲୋକ ଗୁପ୍‌ଚୁପ୍‌ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Over 100 People Fall Sick After Eating Pani Puri In West Bengal

Over 100 People Fall Sick After Eating Pani Puri In West Bengal

ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ। ପଞ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ହୁଗୁଳିର ପୋଲଭା-ସୁଗନ୍ଧା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୋଗାଛିୟା ଗାଁରେ ଏହି ଘଟଣା ଘଟିଛି। ଖବରପାଇ ସ୍ୱାସ୍ଥ୍ୟ ବିଭାଗର ସ୍ପେଶାଲ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

Advertisment

ସୂଚନା ଅନୁସାରେ, ଦୋଗାଛିୟା ଗାଁର କିଛି ଲୋକ ଗୁପ୍‌ଚୁପ୍‌ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁପ୍‌ଚୁପ୍‌ ଖାଇବା ପରେ ଜଣକ ପରେ ଜଣେ ଅସୁସ୍ଥ ହେବାରୁ ପ୍ରଥମେ ସେମାନଙ୍କୁ ପୋଲଭା ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ପେଶାଲ ଟିମ୍‌ ଗାଁରେ ପହଞ୍ଚିଛନ୍ତି। ଏହାସହ ଅସୁସ୍ଥଙ୍କ ପରିବାରକୁ ଔଷଧ, ORS ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଛନ୍ତି।

Advertisment

ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍‌ଚୁପ୍‌ ତିଆରି ହେଉଥିବା ଦେଖିବାକୁ ମିଳିଛି। ବର୍ଷା ଦିନରେ ବାହାର ଖାଇବା ବାରଣ ଥିବା ସତ୍ତ୍ୱେ କିଛି ଲୋକ ବାହାର ଖାଇବା ଯଥା- ଗୁପ୍‌ଚୁପ୍‌, ରାସ୍ତାକଡ଼ରେ ଠେଲାରେ ବିକ୍ରି ହେଉଥିବା ଖାଦ୍ୟ ଇତ୍ୟାଦି ଖାଇ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି। 

West Bengal Pani Puri
Advertisment
Advertisment