• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

  • ମେ ୫ ସୁଦ୍ଧା ୟୁନିକର୍ଣ୍ଣ କଂପାନି ସଂଖ୍ୟା ୧୦୦ ଛୁଇଁଛି

  • ମହିଳା ସଶକ୍ତିକରଣ କ୍ଷେତ୍ରରେ ସ୍ବୟଂ ସହାୟକ ଗୋଷ୍ଠୀ ଭଲ କାମ କରୁଛି

ଷ୍ଟାର୍ଟଅପ୍ ବିଜିନେସ କ୍ଷେତ୍ରରେ ମାଇଲଖୁଣ୍ଡ ଅତିକ୍ରମ କରିଛି ଦେଶ । ମେ ୫ ସୁଦ୍ଧା ୟୁନିକର୍ଣ୍ଣ କଂପାନି ସଂଖ୍ୟା ୧୦୦ ଛୁଇଁଛି, ଯାହାର ମାର୍କେଟ ଭାଲ୍ୟୁ ୩୩୦ ବିଲିୟନ ଡଲାର । ଗତ ବର୍ଷ ୪୪ଟି ୟୁନିକର୍ଣ୍ଣ ସ୍ଥାପନ ହୋଇଥିବା ବେଳେ, ଚଳିତ ବର୍ଷର ୩-୪ ମାସ ଭିତରେ ୧୪ଟି ନୂଆ ୟୁନିକର୍ଣ୍ଣ ହୋଇଛି । ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ । ବରଂ ଛୋଟ ଛୋଟ ସହରରେ ମଧ୍ୟ ଭଲ ବିଜନେସ କରୁଛି । ମନ୍ କି ବାତରେ ୮୯ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ସଫ୍ଟୱେର୍‌ ଓ ପ୍ରଯୁକ୍ତିବିଦ୍ୟା ସଙ୍ଗଠନର ଅଭିବୃଦ୍ଧିକୁ ପ୍ରଶଂସା କହିଛନ୍ତି ।

ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ବହୁତ ଭଲ କାମ କରୁଥିବା କହିଛନ୍ତି ମୋଦି । ସେମାନେ ପ୍ରତିଷ୍ଠା କରିଥିବା ଷ୍ଟୋର ପାଇଁ ଗରିବ ପରିବାର ଚଳଣିରେ ସୁଧାର ଆସୁଛି । ସେମାନଙ୍କ ଷ୍ଟୋର ଯୋଗୁଁ ମହିଳାମାନେ ସେମାନଙ୍କ ଉତ୍ପାଦଗୁଡ଼ିକୁ ସିଧାସଳଖ ଗ୍ରାହକମାନଙ୍କୁ ବିକ୍ରି କରିପାରୁଛନ୍ତି। ଫଳରେ ସେମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଏଥିସହ ଚାରିଧାମ ଯାତ୍ରା ବେଳେ ସ୍ୱଚ୍ଛତାକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି । ସ୍ୱଚ୍ଛତା ବିନା ତୀର୍ଥ ଯାତ୍ରା ଅଧୁରା । କେଦାରନାଥ ଯାତ୍ରାର ଉଦାହରଣ ଦେଇ ମୋଦି କହିଛନ୍ତି, କିଛି ଶ୍ରଦ୍ଧାଳୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉନଥିବାରୁ ଅଳିଆ ଆବର୍ଜନା ଜମୁଛି । ଜୁନ୍‌ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପଡ଼ୁଥିବା ବେଳେ ଏସଂକ୍ରାନ୍ତ ସକାରାତ୍ମକ ଅଭିଯାନରେ ବାହାରି ଚାରିପାଖରେ ଥିବା ସ୍ଥାନ ସବୁ ପରିଚ୍ଛନ୍ନ କରିବା ଆବଶ୍ୟକ । ଏଣୁ ଆମେ ଧାର୍ମିକସ୍ଥଳୀର ପବିତ୍ରତା ରକ୍ଷା ପାଇଁ ସ୍ୱଚ୍ଛତା ଜରୁରୀ ବୋଲି ସେ କହିଛନ୍ତି ।