Advertisment

୮୦ ଫୁଟ୍‌ ତଳେ ୧୧ ବର୍ଷ ବାଳକର ଜୀବନ, ୩୦ ଘଣ୍ଟା ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ

ଛତିଶଗଡ଼ରେ ବୋର୍‌ୱେଲ୍‌ରେ ଫସିଥିବା ବାଳକ ଉଦ୍ଧାର ଲାଗି ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଛି।

author-image
Rajalaxmi Sahoo
Operation still underway to rescue 10-year-old boy stuck into borewell

Operation still underway to rescue 10-year-old boy stuck into borewell

ଛତିଶଗଡ଼ରେ ବୋର୍‌ୱେଲ୍‌ରେ ଫସିଥିବା ବାଳକ ଉଦ୍ଧାର ଲାଗି ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଛି। ଜାନଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅନ୍ତର୍ଗତ ପିରହ୍ରିଡ୍ ଗାଁରେ ଏକ ବୋର୍‌ୱେଲ୍‌ ଭିତରକୁ ଶିଶୁଟି ଖସି ପଡ଼ିଥିଲା। NDRF, SDRF ଏବଂ ସେନାର ଯବାନଙ୍କୁ ନେଇ ରେସ୍କ୍ୟୁ ଅପରେସନ୍ ଚାଲିଛି।ଜାଂଜଗିର ଚାମ୍ପା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ ଚାଲିଛି। 

Advertisment

ପ୍ରାୟ ୮୦ ଫୁଟ ତଳକୁ ଖସି ପଡ଼ିଛି ୧୧ ବର୍ଷର ବାଳକ। ଘର ପଛ ପଟରେ ଖେଳୁଥିବା ବେଳେ ଶିଶୁଟି ବୋର୍‌ୱେଲ୍‌ର ଗାତ ଭିତରକୁ ଖସି ପଡ଼ିଥିଲା। ଯେତେବେଳେ ପରିବାର ସଦସ୍ୟ ପିଲାଟିକୁ ଖୋଜିବାକୁ ବାହାରକୁ ଥିଲେ ଓ ପାଟି କରି ଡାକିଥିଲେ ସେତେବେଳେ ଶିଶୁର ଶ୍ୱର ଗର୍ତ୍ତ ଭିତରୁ ଶୁଭିଥିଲା। ତୁରନ୍ତ ପରିବାର ସଦସ୍ୟ ଏହା ଜାଣିପାରି ୧୧୨କୁ ଫୋନ କରି ସହାୟତା ମାଗିଥିଲେ।

ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଛି। ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ଶିଶୁ ପାଖକୁ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି। ଶିଶୁଟି ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଛି। ଏହାସହ ମେଡିକାଲ୍ ଟିମ୍ ନିୟୋଜିତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି। ଚାରିଆଡ଼େ ବ୍ୟାରିକେଡିଂ ଏବଂ  ଆଲୋକୀକରଣ କରି ଉଦ୍ଧାର କାର୍ଯ୍ୟ ଚାଲିଛି। 

Advertisment
Chhattisgarh Boy Stuck In Borewell
Advertisment
Advertisment