Advertisment

Operation Sindoor: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ‘ଅପରେସନ ସିନ୍ଦୂର' ଆତଙ୍କବାଦ ବିରୋଧରେ...

‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ । ଏହା ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତା । ଆଜି ଲକ୍ଷ୍ନୌରେ ବ୍ରହ୍ମୋସ ୟୁନିଟ୍‌ ଉଦ୍‌ଘାଟନ ବେଳେ ବଡ଼ ବୟାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।

Operation Sindoor

Operation Sindoor

Advertisment

ଭାରତର ‘ଅପରେସନ ସିନ୍ଦୂର’କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ । ଆତଙ୍କବାଦ ବିରୋଧରେ ‘ଅପରେସନ ସିନ୍ଦୂର’ ବୋଲି ଆଜି ଲକ୍ଷ୍ନୌରେ ବ୍ରହ୍ମୋସ ମିଜାଇଲ ୟୁନିଟ୍ ଉଦଘାଟନ ଅବସରରେ କହିଛନ୍ତି ରାଜନାଥ । ଏହାସହ ସେ କହିଛନ୍ତି ଯେ, ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତାର ନିଦର୍ଶନ । ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ଆରପାରି ଭୂମି ସୁରକ୍ଷିତ ନୁହେଁ ବୋଲି ଚେତାଇ ଦେଇଛନ୍ତି ରାଜନାଥ । 

Advertisment

ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସେନା ଶୌର୍ଯ୍ୟ, ପରାକ୍ରମ ଓ ସଂଯମତାର ସହ ପାକିସ୍ତାନର ବହୁ ସାମରିକ ଘାଟିରେ ପ୍ରଚଣ୍ଡ ପ୍ରହାର କରି କଡ଼ା ଜବାବ ଦେଇଛି । ଭାରତୀୟ ସେନାର ଧମକ ରାୱଲପିଣ୍ଡି ପର୍ଯ୍ୟନ୍ତ ଶୁଣାଯାଇଛି, ଯେଉଁଠି ପାକିସ୍ତାନ ସେନାର ହେଡକ୍ୱାର୍ଟର ରହିଛି । ଭାରତ ସୀମାପାର ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ । ସୀମାର ଏପଟେ କିମ୍ବା ସେପଟେ ଆତଙ୍କବାଦକୁ ଆଦୌ ବରଦାସ୍ତ କରାଯିବନି । ଯେଉଁ ଭାରତ ବିରୋଧୀ ଓ ଆତଙ୍କୀ ସଂଗଠନ ଭାରତ ମାତାର ମସ୍ତକ ଉପରେ ହମ୍‌ଲା କରି ପରିବାରର ସିନ୍ଦୂର ଲିଭାଇଥିଲା, ସେମାନଙ୍କୁ ଭାରତୀୟ ସେନା 'ଅପରେସନ ସିନ୍ଦୂର' ମାଧ୍ୟମରେ ନ୍ୟାୟ ଦେଇଛି ବୋଲି କହିଛନ୍ତି ରାଜନାଥ ।

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

ଆଜି ଲକ୍ଷ୍ନୌଠାରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ ମିଜାଇଲ ୟୁନିଟ ଉଦଘାଟିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀରୁ ଭିସି ଯୋଗେ ଏହାକୁ ଉଦଘାଟନ କରିଥିବାବେଳେ ଲକ୍ଷ୍ନୌରେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରତିବର୍ଷ ୮୦ରୁ ୧୦୦ଟି ମିଜାଇଲ ପ୍ରଡକ୍ସନ ପାଇଁ ଏହି ୟୁନିଟ୍ ଡିଜାଇନ କରାଯାଇଛି ।

Advertisment

ଅନ୍ୟପଟେ ଅପରେସନ ସିନ୍ଦୂର’କୁ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି, ଏବେ ବି ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି । ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ କରୁଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ୍ ଚାଲିଛି । ଆନୁମାନିକ ଓ ଅସତ୍ୟ ଖବରଠାରୁ ଦୂରେଇ ରୁହନ୍ତୁ । ସଠିକ୍‌ ସମୟରେ ଏନେଇ ଅବଗତ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । 

Rajnath Singh Pakistan India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ