PM Modi Mann Ki Baat
ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୨ତମ 'ମନ୍ କି ବାତ୍' । ଆତଙ୍କବାଦ ମୁକାବିଲା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, "ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛି । ‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ । ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ । ‘ଅପରେସନ ସିନ୍ଦୂର’ ବଦଳୁଥିବା ଭାରତର ଚିତ୍ର । ‘ଅପରେସନ ସିନ୍ଦୂର’ ସାହସ ଓ ସଂକଳ୍ପର ପ୍ରତୀକ । ଏବେ ଅନେକ ଦମ୍ପତି ନବଜାତ ଶିଶୁର ନାଁ ସିନ୍ଦୂର ରଖୁଛନ୍ତି । ଆମ ଯବାନ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଛନ୍ତି । ସେମାନଙ୍କର ଅଦମ୍ୟ ସାହସ, ଆମର ଉନ୍ନତ ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ଯୋଗୁ ଏସବୁ ସମ୍ଭବ ହୋଇପାରିଛି । ଏହା ଆତ୍ମନିର୍ଭର ଭାରତର ସଂକଳ୍ପ ଥିଲା । ଇଞ୍ଜିନିୟରଙ୍କଠୁ ଆରମ୍ଭ କରି ଟେକ୍ନସିଆନଙ୍କ ଭଳି ପ୍ରତ୍ୟେକ ନାଗରିକଙ୍କ ବୋହିଥିବା ଝାଳ ଆଜି ବିଜୟ ଦେଇଛି ।"
"କିଛି ପରିବାର ସଂକଳ୍ପ ନେଇଛନ୍ତି ଯେ, ଆଗାମୀ ଛୁଟି କଟାଇବାକୁ ଭାରତର କୌଣସି ସୁନ୍ଦର ସ୍ଥାନ ବୁଲିବାକୁ ହିଁ ଯିବେ । ସେହିପରି ଦେଶ ଭିତରେ ହିଁ ବିବାହ କରିବାକୁ କିଛି ଯୁବବର୍ଗ ଶପଥ ନେଇଛନ୍ତି । ଅନେକ ଲୋକ ପିଲାମାନଙ୍କୁ ଦେଶ ଭିତରେ ତିଆରି ଖେଳନା ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ମନକୁ ଛୁଇଁଯାଉଛି । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେଲେ ଏହା ଭାରତର ପ୍ରଗତିରେ ସହାୟକ ହେବ । ଦେଶ ପାଇଁ ସମସ୍ତଙ୍କ ଭାଗିଦାରୀ ଆବଶ୍ୟକ" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us