Advertisment

Indian Army Sindur Operation: ସିନ୍ଦୂରର ବଦଲା ନେଲା ଅପରେସନ ସିନ୍ଦୂର; ଥରିଲା ପାକିସ୍ତାନ

ପାକିସ୍ତାନ ଏବଂ ପିଓକରେ ହୋଇଛି ରାତି ଅଧିଆ ଏୟାରଷ୍ଟ୍ରାଇକ୍। ସିନ୍ଦୂରା ଫାଟିବା ପୂର୍ବରୁ ପାକିସ୍ତାନ ଛାତିରେ ଖସିଛି ମିସାଇଲ୍। ୯ଟି ଲୋକେସନରେ ହୋଇଛି ପ୍ରଚଣ୍ଡ ହମଲା।

ଅଦ୍ୟତନ ହୋଇଛି
/operation-sindoor

/operation-sindoor

Advertisment

ସଧବା ମଥାର ସିନ୍ଦୂର ପୋଛିଥିଲେ ଆତଙ୍କୀ। ଆଉ ଆଜି ସିନ୍ଦୂରର ବଦଲା ନେଲା ଅପରେସନ ‘ସିନ୍ଦୂର’ । ପହଲଗାମ ଆତଙ୍କବାଦୀଙ୍କ ନରସଂହାରର ବଦଲା ନେଇଛି ଭାରତୀୟ ସେନାର ଅପରେସନ ସିନ୍ଦୂର।

Advertisment

ଅଧିକ ପଢ଼ନ୍ତୁ: ‘ମୋ ସିନ୍ଦୂରର ବଦଲା ନେଇଛନ୍ତି ମୋଦି ସରକାର’

ପାକିସ୍ତାନ ଏବଂ ପିଓକେରେ ହୋଇଛି ରାତି ଅଧିଆ ଏୟାରଷ୍ଟ୍ରାଇକ୍। ସିନ୍ଦୂରା ଫାଟିବା ପୂର୍ବରୁ ପାକିସ୍ତାନ ଛାତିରେ ଖସିଛି ମିସାଇଲ୍। ୯ଟି ଲୋକେସନରେ ହୋଇଛି ପ୍ରଚଣ୍ଡ ହମଲା। ଅପରେସନ୍ ସିନ୍ଦୂରରେ ସାମିଲ ହୋଇଥିଲେ ୮ ସୁଖୋଇ ଓ ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲରେ ଛାରଖାର ହୋଇଛି ଆତଙ୍କବାଦୀ ଆଡ୍ଡା। ଅପରେସନ୍ ସଫଳ ହୋଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋସିଆଲ୍ ମିଡିଆ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ।

ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରାଯାଇଛି। ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମାସୁଦ ଆଝାରର ବାହାବଲପୁର ଠିକଣାରେ ହୋଇଛି ହମଲା। 'ଅପରେସନ୍ ସିନ୍ଦୂର'ରେ ସାମିଲ ଥିଲେ ତିନି ସେନା। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।

Advertisment
Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ