• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାୟାନଗରୀ ମୁମ୍ବାଇରେ ପ୍ରପର୍ଟିର ରେଟ୍‌ ଖୁବ୍‌ ଅଧିକ ରହିଥାଏ । ଚିକ୍‌ମିକ୍‌ କରୁଥିବା ଏହି ସହରରେ ଘର କିଣି ରହିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଅନ୍ୟପଟେ ଏଇ ସହରରେ ଏମିତି କିଛି ପ୍ରପର୍ଟି ଡିଲ୍‌ ହୋଇଛି, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଗତ ୨୦୧୫ରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମାଲିକ ସାଇରସ୍‌ ପୁନାୱାଲା ଆମେରିକାର ସରକାରଙ୍କଠାରୁ ୭୫୦ କୋଟି ଟଙ୍କାରେ ଲିଙ୍କନ୍‌ ହାଉସ କିଣିଥିଲେ । ଏହି ଘରଟି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ଏରିଆରେ ରହିଛି । ଏବେ ଏହି ମହଲ ବିବାଦ ଘେରରେ ଫସି ରହିଛି ।

ଏହି ଘର ୱାଙ୍କନର ମହାରାଜା HH Sir Amarsinhji Banesinhji ଓ ତାଙ୍କ ପୁଅ Pratapsinhji Jhala ଙ୍କ ପାଇଁ ତିଆରି ହୋଇଥିଲା । ୧୯୩୩ ମସିହାରେ ବ୍ରିଟିଶ ଆର୍କିଟେକ୍‌ଚର କ୍ଲାଉଡ୍‌ ବାଟ୍‌ଲେ ଏହାକୁ ଡିଜାଇନ୍‌ କରିଥିଲେ । ଲିଙ୍କନ ହାଉସ୍ ଗ୍ରେଡ୍‌-୩ ମନିସନ୍‌ ଭାବେ ଗଣାଯାଏ । ୧୯୫୭ରେ ୟୁଏସ୍‌ ସରକାର ଏହି ଘରକୁ US କନ୍‌ସୁଲେଟ୍‌ ଜେନେରାଲ ବ୍ୟବହାର କରିବା ପାଇଁ ୧୮ ଲକ୍ଷ ଟଙ୍କାରେ ଲିଜ୍‌ରେ ନେଇଥିଲେ ।

ଅଧିକ ପଢ଼ନ୍ତୁ: ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

୨୦୧୧ରେ ଏହି ଘରକୁ US କନ୍‌ସୁଲେଟ୍‌ ରିଲୋକେଟ୍‌ କରିବାକୁ ଚାହିଁଲେ ଏବଂ ଲିଜ୍‌ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।

ଏପଟେ ସାଇରସ୍ ପୁନାୱାଲା ଏହି ବିଲ୍ଠିଂ କିଣିବା ପରେ ସାମ୍ନାକୁ ଆସିଲା ବିବାଦ । ଏହି ବିଲ୍ଡିଂକୁ ନେଇ ୟୁଏସ୍‌ ସରକାର ଏବଂ ଭାରତ ସରକାର ମଧ୍ୟରେ ଆଇନଗତ ବିବାଦ ଦେଖାଦେଲା । ମହାରାଷ୍ଟ୍ର ସରକାର ଏହି ବିକ୍ରି ଉପରେ ରୋକ ଲଗାଇଲେ । ଏମିତିକି ୨୦୨୦ ପର୍ଯ୍ୟନ୍ତ ଏହି ଘରର ମାଲିକାନା ବଦଳିପାରିନଥିଲା । ଯଦିଓ ୬ ବର୍ଷ ହେବ ଏହି ପ୍ରପର୍ଟି ବିକ୍ରି ହୋଇସାରିଛି । କିନ୍ତୁ ୟୁଏସ୍‌ ସରକାର ପାଇଁ ନାନା ସମସ୍ୟା ଦେଖାଦେଇଛି । ନେଣଦେଣ କାମ ଏଯାଏଁ ସରିପାରିନାହିଁ ।

ଲିଙ୍କନ ହାଉସ୍‌ ୫୦ ହଜାର ସ୍କୋୟାରଫିଟ୍‌ରେ ବ୍ୟାପ୍ତ । ୪୦ ଜଣ ଲୋକ ଏଠାରେ ରହିବାର ବ୍ୟବସ୍ଥା ରହିଛି । ଏଥିରେ ଦଇଟି ବଡ଼ ବଡ଼ ଗେଟ୍‌ ଲାଗିଛି । ଯାହାକି ପ୍ରପର୍ଟି ଭିତରକୁ ଯିବା ଆସିବା ରାସ୍ତା । ଏହି ଘର ଇଣ୍ଡୋ ସାରା ସେନିକ୍‌ ଆର୍କିଟେକ୍ଚରାଲ ଷ୍ଟାଇଲ୍‌ରେ ନିର୍ମାଣ କରାଯାଇଛି । ଏହା ସହ ଘର ଭିତରେ ଖୁବ୍ ଚମତ୍କାର ଇଣ୍ଟେରିଅର ମଧ୍ୟ ହୋଇଛି । ଘରର ଦାମ୍‌ ୭୫୦ କୋଟି । ଏହା ମୁମ୍ବାଇର ହାତଗଣତି ଦାମୀ ପ୍ରପର୍ଟି ମଧ୍ୟରୁ ଅନ୍ୟତମ ।

ସାଇରସ ପୁନାୱାଲାଙ୍କ ପୁଅ ଆଦର ପୁନାୱାଲା ଏବଂ ନତାଶା ପୁନାୱାଲାଙ୍କ ପୁଣେରେ ମଧ୍ୟ ଏକ ବିରାଟ ଘର ରହିଛି । ସେଠାରେ ତାଙ୍କର ଏକ ୨୨ ଏକରର ଫାର୍ମ ହାଉସ ରହିଛି । କିନ୍ତୁ ମୁମ୍ବାଇ ଆସିଲେ ସେମାନେ ଲିଙ୍କନ ହାଉସ୍‌ରେ ରହୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଣ୍ଟିଲିଆର ୨୬ତମ ମହଲାରେ କାହିଁକି ରୁହନ୍ତି ମୁକେଶ-ନୀତା ? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

OTV is now on Whatsapp

Join and get latest news update delivered to you via whatsapp

Join Now