• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକ‌େଶ ଅମ୍ବାନୀଙ୍କ ଘର କୌଣସି ମହଲ ଠାରୁ କମ୍ ନୁହେଁ। ମୁକେଶ ଅମ୍ବାନୀଙ୍କ ପରିବାର ଯେଉଁ ଘରେ ବସବାସ କରନ୍ତି ତାହାର ନାମ ହେଉଛି ଆଣ୍ଟିଲିଆ । ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୭ ମହଲା ବିଶିଷ୍ଟ ଆଣ୍ଟିଲିଆରେ ରୁହନ୍ତି । ଯେଉଁଥିରେ ନୀତା ଅମ୍ବାନୀ, ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ, ଶ୍ଲୋକା ଅମ୍ବାନୀ, ରାଧିକା , ପ୍ରୀତି ଅମ୍ବାନୀ ଓ ବେଦ ଅମ୍ବାନୀ ରୁହନ୍ତି । ୨୦୧୨ରେ ଯେତେବେଳେ ଅମ୍ବାନୀ ପରିବାର ଆଣ୍ଟିଲିଆରେ ରହିଲେ, ସେତେବେଳେ ଘରର ମୂଲ୍ୟ ୧୫,୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା । ଏହାର ବିଶେଷତା, ଚମତ୍କାର, ସୁରକ୍ଷା ଓ ଅନ୍ୟାନ୍ୟ କାରଣରୁ ଆଣ୍ଟିଲିଆ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ସବୁବେଳେ ରହିଥାଏ । 

କୁହାଯାଏ ଆଟଲାଣ୍ଟିକ ମହାସାଗରର ଏକ ପୌରାଣିକ ଦ୍ବୀପ ନାମରେ ମୁକେଶଙ୍କ ଘର ନାମ ଆଣ୍ଟିଲିଆ ରଖାଯାଇଛି। ମୁମ୍ବାଇସ୍ଥିତ ଆଣ୍ଟିଲିଆର ଉଚ୍ଚତା ୨୭ ମହଲା ବିଶିଷ୍ଟ ହୋଇଥିବା ବେଳେ ଘର ୪,୦୦,୦୦୦ ସ୍କୋୟାର ଫୁଟରେ ତିଆରି ହୋଇଛି । ୨୦୧୦ରେ ଆଣ୍ଟିଲିଆ ନିର୍ମିତ ହୋଇଥିଲା । ୨୭ମହଲା ବିଶିଷ୍ଟ ମୁକେଶଙ୍କ ଘରେ ୬ଟି ମହଲା କେବଳ ପାର୍କିଂ ପାଇଁ ରହିଛି । ଏକା ସହିତ ଏଠାରେ ୧୬୮ଟି କାର ପାର୍କିଂ ହୋଇପାରିବ ।  

୨୬ ତମ ମହଲାରେ କାହିଁକି ରୁହନ୍ତି ଅମ୍ବାନୀ ପରିବାର ? 

ଅମ୍ବାନୀ ପରିବାର ସେମାନଙ୍କ ବିଳାସପୂର୍ଣ୍ଣ ଘର ଆଣ୍ଟିଲିଆର ୨୬ ତମ ମହଲାରେ ରୁହନ୍ତି । ୨୬ ତମ ମହଲାରେ ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟ୍ଟା ଓ ସେମାନଙ୍କର ସନ୍ତାନ ପ୍ରୀତି ଆକାଶ ଅମ୍ବାନୀ ଏବଂ ବେଦ ଆକାଶ ଅମ୍ବାନୀ ରୁହନ୍ତି । ମୁକେଶ ଏବଂ ନୀତାଙ୍କ ଦ୍ୱିତୀୟ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେମାନଙ୍କ ସହିତ ୨୬ ତମ ମହଲାରେ ରୁହନ୍ତି ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ନୀତା ଅମ୍ବାନୀ ଉପର ମହଲାରେ ରହିବାକୁ ନିଷ୍ପତ୍ତି ନେଇଥିଲେ କାରଣ ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଘରେ ସୂର୍ଯ୍ୟ କିରଣ ପଡୁ ଓ  ଭଲ ପବନ ଆସୁ। ଏହା ମଧ୍ୟ କୁହାଯାଇଛି ଯେ, ଆଣ୍ଟିଲିଆର ୨୬ ତମ ମହଲାକୁ କେବଳ ଘନିଷ୍ଠ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now