Advertisment

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ ଦିଗରେ କାମ କରୁଛୁ, ଏହା ଦେଶକୁ ମଜଭୁତ କରିବ’

‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi On UCC

Narendra Modi On UCC

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ଏଠାରେ ଜାତୀୟ ଏକତା ଦିବସ ପାଳନ ପାଇଁ ଏକ ବଡ଼ ଓ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହାକି ପ୍ରତିବର୍ଷ ୩୧ ଅକ୍ଟୋବରରେ ପଟେଲଙ୍କ ଜୟନ୍ତୀରେ  ପାଳନ ହୋଇଥାଏ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ।

Advertisment

ଏକ ରାଷ୍ଟ୍ର, ଏକ ନିର୍ବାଚନ ଦିଗରେ କାମ କରୁଛୁ

ଗୁଜୁରାଟର କେବାଡିଆରେ ଜାତୀୟ ଏକତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଲାଗୁ କରିବା ଦିଗରେ କାର୍ଯ୍ୟ କରୁଛୁ, ଏହାଦ୍ୱାରା ଲୋକତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବ । ଆମେ ଗୋଟିଏ ରାଷ୍ଟ୍ର ଗୋଟିଏ ଧର୍ମ ନିରପେକ୍ଷ ନାଗରିକ ସଂହିତା ଲାଗୁ କରିବାକୁ ପ୍ରୟାସ କରୁଛୁ । ଏହାଦ୍ୱାରା ଦେଶ ଅଧିକ ମଜଭୁତ ହେବ । ଗତ ୧୦ ବର୍ଷ ମଧ୍ୟରେ ଆମ ଚେଷ୍ଟା ଯୋଗୁଁ ଦେଶରେ ନକ୍ସଲ ବାଦ ଏବେ ଶେଷ ନିଶ୍ୱାସ ନେଉଛି । ଖୁବ୍‌ଶୀଘ୍ର ଏହାର ମୂଳ ଉତ୍ପାଟନ ହେଇଯିବ । 

ଗୁଜୁରାଟର ଏକତା ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ବାହାରେ ଏବଂ ଭିତରେ ଏମିତି କିଛି ଶକ୍ତି ଅଛନ୍ତି, ଯେଉଁମାନେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ କାମ କରୁଛନ୍ତି ।

Advertisment

ସେହଭଳି ଗୁଜୁରାଟର କେବାଡିଆରେ ଜାତୀୟ ଏକତା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି । ଏହାଦ୍ୱାରା ଦେଶ ମଜବୁତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦେଶ୍ୟ ହେଲା ଭାରତରେ ଅଧିକ ଏକତା ଏବଂ ସୁ-ସଂଗଠିତ ଶାସନ ଆଣିବା । ‘ଆଜି ଆମେ ଏକ ରାଷ୍ଟ୍ର ପରିଚୟ ପତ୍ର ଆଧାରକାର୍ଡର ସଫଳତା ଦେଖୁଛନ୍ତି, ଯାହାର ଚର୍ଚ୍ଚା ବିଶ୍ୱସ୍ତରରେ କରାଯାଉଛି । ପୂର୍ବରୁ ଭାରତରେ ଅନେକ ପ୍ରକାରର ଟିକସ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଆମେ ଗୋଟିଏ ରାଷ୍ଟ୍ର ଗୋଟିଏ ଟ୍ୟାକ୍ସ ସିଷ୍ଟମ-ଜିଏସ୍ଟି ଆଣିଲୁ। ଆମେ ଗୋଟିଏ ରାଷ୍ଟ୍ର ଗୋଟିଏ ପାୱାରଗ୍ରୀଡ୍‌ ମାଧ୍ୟମରେ ଦେଶରେ ବିଜୁଳି ବ୍ୟବସ୍ଥାକୁ ସୁଦୃଢ଼ କରିଛୁ । ଆମେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ମାଧ୍ୟମରେ ଦେଶର ସଂସାଧନକୁ ଏକାଠି କରିଛୁ । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆମେ ଦେଶର ଲୋକଙ୍କୁ ଗୋଟିଏ ଦେଶ ଗୋଟିଏ ସ୍ୱାସ୍ଥ୍ୟ ବୀମା ଆୟୁଷ୍ମାନ ଯୋଜନାର ସୁବିଧା ପ୍ରଦାନ କରିଛୁ । ଏହା ଦ୍ୱାରା କୋଟି କୋଟି ଦେଶବାସୀ ଉପକୃତ ହେଉଛନ୍ତି ।

ଭାରତର ଲୋକତନ୍ତ୍ରକୁ ମଜବୁତ କରିବ

ସେ ଆହୁରି କହିଛନ୍ତି, ଏକତାର ଏହି ପ୍ରୟାସକୁ ଆଗକୁ ନେଇ ଆମେ ଏବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ଦିଗରେ କାର୍ଯ୍ୟ କରୁଛୁ, ଯାହା ଭାରତର ଗଣତନ୍ତ୍ରକୁ ଅଧିକ ମଜବୁତ କରିବ । ଏହାସହ ଭାରତର ଉତ୍ସଗୁଡ଼ିକର ସର୍ବାଧିକ ବ୍ୟବହାର କରିହେବ ଏବଂ ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିହେବ । "ଆଜି ଭାରତ ଗୋଟିଏ ରାଷ୍ଟ୍ର ଗୋଟିଏ ସିଭିଲ କୋଡ୍, ଗୋଟିଏ ଧର୍ମନିରପେକ୍ଷ ନାଗରିକ ସଂହିତା ଆଡକୁ ଗତି କରୁଛି, ଯେଉଁ କଥା ମୁଁ ଲାଲକିଲାରେ ଛିଡ଼ା ହୋଇ ମଧ୍ୟ କହିଥିଲି । ଏହା ଏକ ଏମିତି ଉପାୟ ଯାହା ସାମାଜିକ ଏକତାକୁ ଗୁରୁତ୍ୱ ଦେଇଥାଏ।"

ଜଙ୍ଗଲରେ ଲୋପ ପାଇଲାଣି ନକ୍ସଲବାଦ

ନକ୍ସଲବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜଙ୍ଗଲରେ ଏବେ ନକ୍ସଲବାଦ ସମାପ୍ତ ହେବାକୁ ବସିଲାଣି । କିନ୍ତୁ ସହରୀ ନକ୍ସଲମାନେ ମୁଣ୍ଡ ଟେକିଲେଣି । ଏବେ ସହରୀ ନକ୍ସଲମାନେ ସେଇମାନଙ୍କୁ ଟାର୍ଗେଟ କରୁଛନ୍ତି ଯେଉଁମାନେ କହୁଛନ୍ତି, ‘ଆମେ ଏକଜୁଟ ହୋଇ ରହିଲେ ସୁରକ୍ଷିତ ରହିବୁ’ । ତେଣୁ ଆମକୁ ଏବେ ସେହି ସହରୀ ନକ୍ସଲମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପଦାକୁ ଆଣିବାକୁ ପଡ଼ିବ ।

Narendra Modi One Nation-one Election
Advertisment
Advertisment