Advertisment

One Nation, One Election: ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!

କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍।

ଅଦ୍ୟତନ ହୋଇଛି
One Nation, One Election

One Nation, One Election

Advertisment

ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ବି ସାମିଲ କରିଥିଲା ।

Advertisment

ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିସାରିଛି। ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। 

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

Advertisment

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ରାଜ୍ୟସଭାରେ ଏନଡିଏ ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍ । ସେହିପରି ଲୋକସଭାରେ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ । ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ ।

ବିଲ୍‌ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ । ଏକକ ନିର୍ବାଚନ ହେଲେ ଦେଶର ଅର୍ଥନୀତି ମଜବୁତ ହେବ, ଆଇନ ଶୃଙ୍ଖଳା ବଜାୟ ରହିବ, ଦେଶର ବିକାଶ ବଢିବା ସହ କଳାଧନକୁ ବି ରୋକାଯାଇପାରିବ ବୋଲି ବିଜେପି କହୁଛି। ଦେଶରେ ୧୯୫୧ରୁ ୧୯୬୭ ଯାଏଁ ଏକାସଙ୍ଗେ ହେଉଥିଲା ନିର୍ବାଚନ। ୨୦୧୫ରେ ସଂସଦୀୟ ଦଳ କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ଏକାସଙ୍ଗେ ନିର୍ବାଚନ କରିବାକୁ ଦେଇଥିଲା ପ୍ରସ୍ତାବ । ଏଥିପାଇଁ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି ୬୨ଟି ଛୋଟ ବଡ଼ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲା । ଯେଉଁଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ବିରୋଧ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

BJP Parliament Winter Session One Nation-one Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ