/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673245172.jpg)
Once in 50,000-year comet to shoot past Earth
ଆକାଶରେ ଦେଖିବାକୁ ମିଳିପାରେ ଅଦ୍ଭୁତ ଦୃଶ୍ୟ। ଆଉ ରାତି ବି ଦିନ ଭଳି ଲାଗିବ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଅଜବ ଘଟଣା ଖୁବ୍ଶୀଘ୍ର ଘଟିବାକୁ ଯାଉଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ପୃଥିବୀ ନିକଟ ଦେଇ ଏକ ଧୂମକେତୁ ଅତିକ୍ରମ କରିପାରେ। ଯାହାକୁ ଆପଣ ଖାଲି ଆଖିରେ ରାତିରେ ମଧ୍ୟ ଦେଖିପାରିବେ। କାରଣ ଏହି ଧୂମକେତୁ ଏତେ ଉଜ୍ଜ୍ୱଳ କରିବ ଯେ ରାତି ବି ଦିନ ଭଳି ଲାଗିବ। ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ୫୦ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଆକାଶରେ ଏମିତି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିପାରେ।
ଏହି ଧୂମକେତୁର ନାଁ C/2022 E3 (ZTF) ରଖାଯାଇଛି। ଗତବର୍ଷ ମାର୍ଚ୍ଚରେ ୱାଇଡ୍-ଫିଲ୍ଡ ସର୍ଭେ କ୍ୟାମେରା ବ୍ୟବହାର କରାଯାଇ ଏହାକୁ ପ୍ରଥମେ ଆବିଷ୍କାର କରାଯାଇଥିଲା। ଏହାର ଆବିଷ୍କାର ପରଠୁ ଏହି ଧୂମକେତୁ ଆହୁରି ଉଜ୍ଜ୍ୱଳ ହେବାରେ ଲାଗିଛି। ହେଲେ ବିନା ଟେଲିସ୍କୋପରେ ଏହା ଅନ୍ଧାର ଭଳି ଦିଶୁଥିବା ଗତମାସରେ ନାସା କହିଥିଲା।
ଅଧିକ ପଢ଼ନ୍ତୁ: କମୁଛି ପୃଥିବୀର ଚମକତା, ଜାଣନ୍ତୁ କାରଣ
ସୂଚନା ଅନୁସାରେ, ଜାନୁଆରୀ ୧୨ ତାରିଖରେ ଏହି ଧୂମକେତୁ ସୂର୍ଯ୍ୟଙ୍କ ନିକଟ ଦେଇ ଅତିକ୍ରମ କରିବାକୁ ଥିବାବେଳେ ଫେବୃଆରୀ ୧ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। ହେଲେ ଏହା କେତେ ଉଜ୍ଜ୍ୱଳ କରିବ ତାହା ଏବେଠୁ କହିବା ସମ୍ଭବପର ନୁହେଁ। ନାସା ସୂଚନା ଅନୁସାରେ, ‘ଫେବୃଆରୀ ୧ ସୁଦ୍ଧା ରାତିରେ ଆକାଶରେ ଏହା ଦୃଶ୍ୟମାନ ହୋଇପାରେ।’ ଧୂମକେତୁର ଏହି ଉଜ୍ଜ୍ୱଳ ଆଲୋକ ସହରର ଲାଇଟ୍ ଓ ଜହ୍ନ ଆଲୋକର ଦୃଶ୍ୟତା ଉପରେ ପ୍ରଭାବ ପକାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)