Advertisment

RG Kar Medical College Case: RG କର୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ‘ସଂପୃକ୍ତ ଅଛନ୍ତି ସ୍ଥାନୀୟ ବିଧାୟକ-କମିଶନର୍’

ଦିଲ୍ଲୀ CBI ଅଫିସରେ ପହଞ୍ଚିଲେ ଅଭୟାଙ୍କ ପରିବାର । ଝିଅକୁ ନ୍ୟାୟ ଦାବିରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବି ବୋଲି କହିଛନ୍ତି ଅଭୟାଙ୍କ ବାପା ।

ଅଦ୍ୟତନ ହୋଇଛି
RG Kar Medical College Case

RG Kar Medical College Case

Advertisment

ପୁଣି ଖୋଲିବ କି ‘ଅଭୟାକାଣ୍ଡ’ ଫାଇଲ୍ ? ଦିଲ୍ଲୀ CBI ଅଫିସରେ ପହଞ୍ଚିଲେ ଅଭୟାଙ୍କ ପରିବାର । ଝିଅକୁ ନ୍ୟାୟ ଦାବିରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବି ବୋଲି କହିଛନ୍ତି ଅଭୟାଙ୍କ ବାପା ।

Advertisment

ଆହୁରି କହିଛନ୍ତି ଯେ, ଝିଅ ମୃତ୍ୟୁ ପାଇଁ କେବଳ ସଞ୍ଜୟ ଦୋଷୀ ନୁହେଁ । ଅଭୟା ଦୁଷ୍କର୍ମ ଓ ହତ୍ୟା ପଛରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତ ରହିଛି। ଏବେ ଯାଏଁ ଝିଅ ମୃତ୍ୟୁର ସାର୍ଟିଫିକେଟ୍ ମିଳିନି । ଘଟଣା ପଛରେ ସ୍ଥାନୀୟ ବିଧାୟକ, କମିଶନର୍‌ଙ୍କ ହାତ ରହିଛି। 

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

Advertisment

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା। ଘଟଣାର ୬ ଘଣ୍ଟା ମଧ୍ୟରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା। ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ତ୍ରୁଟି କରିଥିବା ହୃଦୟଙ୍ଗମ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିଲେ। ଏହାଦ୍ୱାରା ଘଟଣା ସହ ଜଡ଼ିତ ପ୍ରମାଣ ସହ କୌଣସି ପ୍ରକାରର ହେରଫେର ହେବନାହିଁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Advertisment

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଥିଲା।

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୁଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଥିଲା।

ସଞ୍ଜୟର ମୋବାଇଲରେ ଅନେକ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଥିଲା। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଥିଲା। ଏଥିପାଇଁ ସମସ୍ତ ମେଡିକାଲରେ OPD ସେବା ପ୍ରଭାବିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

CBI Victim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ