SBI reacts after FM Sitharaman's tweet
ପରିଣତ ବୟସରେ ପେନସନ ପାଇଁ ବୃଦ୍ଧା ସୂର୍ଯ୍ୟ ହରିଜନ ଦହଗଂଜ ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଛନ୍ତି । ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ନିର୍ମଳାଙ୍କ ଟ୍ୱିଟର ଉତ୍ତର ରଖଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ଏହି ଭିଡିଓ ଦେଖିବା ପରେ ଆମେ ମଧ୍ୟ ତାଙ୍କର କଷ୍ଟ ଅନୁଭବ କରିଛୁ । ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା । ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ବ୍ରାଞ୍ଚକୁ ଆସିଥିଲେ । ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ଉତ୍ତର ରଖିଛନ୍ତି ।
ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା । ଆଶା ବାଡିଟିଏ ନଥିବାରୁ ସାହାରା ସାଜିଥିଲା ଖଣ୍ଡିଏ ପ୍ଲାଷ୍ଟିକ ଚେୟାର । ବାହୁଡ଼ା ବୟସରେ ବୁଢ଼ୀ ମାଆର ଏ ଅବସ୍ଥା ଦେଖିଲେ ଯାହାର ବି ଆଖି ଛଳ ଛଳ ହୋଇଯିବ । ବୃଦ୍ଧାଙ୍କ ବଡପୁଅ ସୀତାରାମ ଅନ୍ୟ ରାଜ୍ୟରେ ଦାଦନ ଖଟୁଛି ।
ସାନ ପୁଅ ମଶୁରାମ ଗାଁରେ ଗାଈ ଚରାଇ ଯିଏ ଯାହା ଦେଲା ସେଥିରେ ପେଟ ପୋଷନ୍ତି । ବୁଢୀ ମାଆର କଥା ବୁଝିବ କିଏ । ଅସହାୟ ହେଲେ ବି ଅନ୍ୟ ଉପାୟ ନପାଇ ନିଜ ପାଇଁ ନିଜେ ରାସ୍ତା ବାହାର କରିଥିଲେ ସୂର୍ଯ୍ୟ । ଏହାରି ଭିତରେ ଟିପ ଚିହ୍ନ ନମିଶିଲେ ବି ବୁଢୀ ମାଆଙ୍କୁ ପେନସନ୍ ମିଳିଛି ।
ଝରିଗାଁ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ସୂର୍ଯ୍ୟଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିଛନ୍ତି। ଆସନ୍ତା ମାସରୁ ସୂର୍ଯ୍ୟଙ୍କ ଜାଗାରେ ତାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ଟଙ୍କା ଦିଆଯିବ ଏବଂ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀ ଘରକୁ ଯାଇ ଟଙ୍କା ଦେବେ ବୋଲି ବ୍ୟାଙ୍କ ପରିଚାଳକ କହିଛନ୍ତି ।
ସେପଟେ ଓଟିଭିରେ ଖବର ପ୍ରସାରଣ ପରେ ଝରିଗାଁ ବିଡିଓ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟଙ୍କ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ । ହେଲେ ଏହି ଘଟଣାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଛନ୍ତି । ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ପ୍ରଶ୍ନ ରଖିଛନ୍ତି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ନିର୍ମଳାଙ୍କ ଟ୍ୱିଟକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଉତ୍ତର ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682052924.jpg)