• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୃତିରେ ରହିବ ପୁରୁଣା ସଂସଦ । ଦେଶର ଐତିହ୍ୟର କଥା ମନେପକାଇବ ପୁରୁଣା ସଂସଦ ଭବନ । ଆଜି ନୂଆ ସଂସଦକୁ ପ୍ରଧାନମନ୍ତ୍ରୀ, ସାଂସଦ ଓ ମନ୍ତ୍ରୀ ମାନେ ଯିବା ପୂର୍ବରୁ ଶେଷଥର ପାଇଁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ସଂସଦରେ ନିଆଯାଇଥିବା ପୁରୁଣା ଐତିହ୍ୟ ନିଷ୍ପତ୍ତିକୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତାହା ସହିତ ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂଣ୍ଣ ରହିବା ଉଚିତ । ସବୁବେଳେ ପୁରୁଣା ଭବନ ନିଜ ମର୍ଯ୍ୟାଦା ବଜାୟ ରଖିବ । ପୁରୁଣା ଭବନକୁ ‘ସମ୍ବିଧାନ ସଦନ’ ଭାବେ ନାମିତ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତବ ଦେଇଥିଲେ । ଆଉ ବର୍ତ୍ତମାନ ଏହାର ନାମ କରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି । ବାଚସ୍ପତି ଏହା ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ଯେଉଁ ବିଲ୍ଡିଂରେ ଆମେ ଏକାଠି ହୋଇଥିଲୁ, ତାହା ବର୍ତ୍ତମାନ ‘ସମ୍ବିଧାନ ସଦାନ’ ନାମରେ ପରିଚିତ ହେବ ।

ସେହିପରି ଏବେ ସମୟ ବଦଳିବା ସହ ଭାରତର ଭୂମିକା ମଧ୍ୟ ବଦଳିଛି । ଏବେ ଭାରତ ବିଶ୍ୱର ବିଶ୍ୱାମିତ୍ର ପାଲଟିଛି । ସାରା ଦୁନିଆ ଏବେ ଆମ ଭିତରେ ମିତ୍ରତା ଖୋଜୁଛି । ମିଶନ ଚନ୍ଦ୍ରୟାନ ପରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ିଛି । ଦେଶର ଯୁବବର୍ଗ ଏବେ ମହାକାଶ ବିଜ୍ଞାନ ପ୍ରତି ଅଧିକ ଆକର୍ଷିତ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।