Advertisment

No Petrol or Diesel for You in Delhi: ପୁରୁଣା ଗାଡ଼ିକୁ ତେଲ ମନା; ୧୫ ବର୍ଷରୁ ଅଧିକ ପେଟ୍ରୋଲ ଚାଳିତ ଗାଡ଼ିକୁ ଦିଆଯାଉନି ତେଲ...

୧୫ ବର୍ଷରୁ ଅଧିକ ପେଟ୍ରୋଲ ଯାନବାହାନ ଏବଂ ୧୦ ବର୍ଷରୁ ଅଧିକ ଡିଜେଲ ଗାଡିକୁ ତେଲ ଟାଙ୍କିରେ ଦିଆଯାଉନି ତେଲ। ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି ।

ଅଦ୍ୟତନ ହୋଇଛି
Old Car No Petrol or Diesel for You in Delhi Big Rule Alert

Old Car No Petrol or Diesel for You in Delhi Big Rule Alert

Advertisment

ପୁରୁଣା ଗାଡ଼ିକୁ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମନା । ୧୫ ବର୍ଷରୁ ଅଧିକ ପେଟ୍ରୋଲ ଯାନବାହାନ ଏବଂ ୧୦ ବର୍ଷରୁ ଅଧିକ ଡିଜେଲ ଗାଡିକୁ ତେଲ ଟାଙ୍କିରେ ଦିଆଯାଉନି ତେଲ। ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଦିଲ୍ଲୀରେ ବିଭିନ୍ନ ପେଟ୍ରୋଲ ପମ୍ପରେ ନୋଟିସ ବୋର୍ଡ ଝୁଲାଇ ଚାଳକ ଓ ମାଲିକଙ୍କୁ ସଚେତନ କରାଯାଇଛି ।  ସିସିଟିଭି କ୍ୟାମେରାରେ ନଜର ରଖାଯିବା ସହ ମାଇକ ସହାୟତାରେ ଏନେଇ ମଧ୍ୟ ସୂଚନା ଦିଆଯାଉଛି । 

Advertisment

ପ୍ରାଥମିକସ୍ତରରେ ପ୍ରାୟ ୩୫୦ ପେଟ୍ରୋଲ ଟାଙ୍କିରେ ପୋଲିସ ମୁତୟନ ସହ ଗାଡିଗୁଡିକ ତନଖି କରାଯାଉଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିଚାଲିଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଏଭଳି ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପରିବହନ ବିଭାଗ ସହ ମ୍ୟୁନିସପାଲ କର୍ପୋରେସନ ଓ ପୋଲିସ ପ୍ରଶାସନ ଏନେଇ ମିଳିତ ଭାବେ ଏନେଇ ଯୋଜନା ହାତକୁ ନେଇଛନ୍ତି । ଏମିତିକି ଗାଡ଼ି ମାଲିକମାନଙ୍କୁ ଏନେଇ ନୋଟିସ ଜାରି କରାଯାଉଛି । ବାହନ ଡାଟାବେସ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପ୍ରାୟ ୬୨ ଲକ୍ଷ ଗାଡି ଯାହା ରାସ୍ତାରେ ଗଡିବା ଅବଧି ସରିଯାଇଛି। 

ଅଧିକ ପଢନ୍ତୁ: ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ମୃତକଙ୍କୁ ମିଳିବ ୧ କୋଟି

Advertisment
Petrol Disel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ