Advertisment

ଟ୍ୱିନ୍‌ ଟାଓ୍ୱାର ଧ୍ୱଂସ ବେଳେ ଲାଗିଥିଲା ୧୦ ବ୍ଲାକ୍‌ ବକ୍ସ

ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍‌ ବକ୍ସ ଖଞ୍ଜା ଯାଇଥିଲା।

author-image
Rajalaxmi Sahoo
Odisha scientinst involved in designing black box used in Supertech twin tower demolition

Odisha scientinst involved in designing black box used in Supertech twin tower demolition

ନୋଏଡ଼ା ସୁପର୍‌ଟେକ୍‌ ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସ ବେଳେ ସେଥିରେ ୧୦ଟି ବ୍ଲାକ୍‌ ବକ୍ସ ଲାଗିଥିଲା। ଜଣେ ଓଡ଼ିଆ ବୈଜ୍ଞାନିକ ଏହାକୁ ତିଆରି କରିଥିଲେ। ତାଙ୍କ ନାଁ ଏମ୍.ଏମ୍. ଦଳବେହେରା। ତାଙ୍କ ଘର ଜଗତସିଂହପୁର ଜିଲ୍ଲା କାଳିଆପାଟ ଅଞ୍ଚଳରେ। CSIR-CBRI ରୁର୍କିର ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ ଏମ୍.ଏମ୍. ଦଳବେହେରା କାର୍ଯ୍ୟରତ। 

Advertisment

ଏମ୍.ଏମ୍. ଦଳବେହେରା ଏହି ବ୍ଲାକ୍‌ ବକ୍ସ ସିଷ୍ଟମ୍‌କୁ ଡିଜାଇନ୍ କରିଥିଲେ। ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍‌ ବକ୍ସ ଖଞ୍ଜା ଯାଇଥିଲା। ଧ୍ୱଂସାବଶେଷ ଭିତରୁ ବର୍ତ୍ତମାନ ସୁଦ୍ଧା ୨ଟି ବ୍ଲାକ୍‌ ବକ୍ସ ମିଳିଥିବା ବେଳେ ଆଗକୁ ଆଉ ୮ଟି ମଧ୍ୟ ସଂଗ୍ରହ କରାଯିବ ବୋଲି ଏମ୍.ଏମ୍. ଦଳବେହେରା କହିଛନ୍ତି।

ବିଶ୍ୱର ଅନ୍ୟ କୌଣସି ଦେଶରେ ଏଭଳି ଟେକ୍ନୋଲୋଜି ବ୍ୟବହାର ହୋଇନଥିବା ବେଳେ, ପ୍ରଥମ ଥର ପାଇଁ ଏମ୍.ଏମ୍. ଦଳବେହେରା ଏହାକୁ ତିଆରି କରିଥିଲେ। ଏଥିପାଇଁ ୯ ମାସ ସମୟ ଲାଗିଥିଲା। ଅତି ନିୟନ୍ତ୍ରିତ ଭାବେ ପୂର୍ବ ଯୋଜନା ମୁତାବକ ଏହି ସୁଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସସ୍ତୁପରେ ପରିଣତ କରିଥିବା ଟିମ୍‌କୁ ସାରା ଦେଶରେ ପ୍ରଶଂସା କରାଯାଉଛି।  ତେବେ ଏହି ଟିମ୍‌ରେ ଏକାଧିକ ଓଡ଼ିଆ ବୈଜ୍ଞାନିକ ସାମିଲ ହେବା ଓଡ଼ିଶା ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ। କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ଡକ୍ଟର ଦେବୀପ୍ରସନ୍ନ କାନୁନ୍‌ଗୋ ଏହି ଟିମ୍‌ରେ ପ୍ରମୁଖ ଭୂମିକା ତୁଲାଇଥିବା ସୂଚନା ମିଳିଛି।  

Advertisment
Supertech Twin Tower Supertech Twin Tower Demolition Twin Tower Demolition Noida Twin Tower
Advertisment
Advertisment