Advertisment

ଓଡ଼ିଶା ପାଇଁ ଗୌରବ, ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ADC

ମିଜୋରାମ ରାଜ୍ୟପାଳ ତାଙ୍କୁ ADC ଭାବେ ଦେଲେ ନିଯୁକ୍ତି... ସ୍କ୍ୱାର୍ଡନ ଲିଡର ମନୀଷା ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ....ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି...

author-image
Prangyan Parimita
ଅଦ୍ୟତନ ହୋଇଛି
Odia girl Manisha Padhi

Odia girl Manisha Padhi

ଓଡ଼ିଆ ଝିଅ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ADC । ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ତାଙ୍କୁ ADC ଭାବେ ନିଯୁକ୍ତି ଦେଇଛନ୍ତି । ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।

Advertisment

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା । ...

Advertisment

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ । ତେବେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି । ... 

Odia Girl
Advertisment
Advertisment