• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ଟଙ୍କାର ଖଣି ସେୟାର ମାର୍କେଟ୍ । ଏଠି ଲୋକେ ଟଙ୍କା ବିନିଯୋଗ କରନ୍ତି ଆଉ ଭାଗ୍ୟରେ ଥିଲେ ରାତାରାତି କୋଟି ପତି ହୁଅନ୍ତି । ଏମିତି ବି ହୁଏ, ରାତି ରାତି ଲୋକେ ଏଠି ସର୍ବସ୍ୱାନ୍ତ ବି ହୁଅନ୍ତି । ତେବେ ଭାରତୀୟ ବଜାରରେ ଟଙ୍କାର ଖଣି କୁହାଯାଉଥିବା ଦୁଇ ସଂସ୍ଥା BSE ବା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଓ NSE ନାସନାଲ ଷ୍ଟକ ଏକ୍ସଚେଞ୍ଜ ଏବେ ଏକାଠି ହେବାକୁ ଯାଉଛନ୍ତି । BSE ଓ NSE ମଧ୍ୟରେ ଖୁବ୍‌ ଶୀଘ୍ର ମର୍ଜ ହେବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।

ମିଳିଥିବା ସୂଚନାନୁସାରେ GIFT ବା ଗୁଜରାଟ ଇଣ୍ଟରନାସନାଲ ଫିନାନ୍ସ ଟେକ୍‌ ସିଟି ଏଭଳି ଏକ ପ୍ରସ୍ତାବ ଆଣିବାକୁ ଯାଉଛି । ଏହାଦ୍ୱାରା ଏକ ନିବେଶକଙ୍କୁ ଅନେକ ଫାଇଦା ହେବ ‍ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ଏହାଦ୍ୱାରା ଏକ ଆଡ୍‌ଭାନ୍ସ ଷ୍ଟେଜ୍‌ରେ ପହଞ୍ଚି ପାରିବ ଉଭୟ ସଂସ୍ଥା । ଚଳିତ ମାସ ଆରମ୍ଭରୁ NCLT ବା ନାସନାଲ କମ୍ପାନୀ ଲ’ ଟ୍ରିବୁନାଲ ନିକଟରେ ଏନେଇ ଏକ ପ୍ରସ୍ତାବ ରଖାଯିବ ବୋଲି କହିଛି GIFT ।

BSE ଏବଂ NSEର ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।