Advertisment

ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଭୋଟ୍‌ ଦେଇପାରିବେ

ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Now You Can Vote Any Where In India

Now You Can Vote Any Where In India

ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ଆଉ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ। ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇପାରିବେ। ଏପରି ଏକ ଇଭିଏମ୍ ନିର୍ମାଣ ହୋଇଛି। ଯାହାକୁ ମଲ୍ଟି କନ୍‌ଷ୍ଟିଚୁଏନ୍ସି ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVM କୁହାଯାଉଛି। 

Advertisment

ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ। ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।  ଏହା ଉପରେ ଆଲୋଚନା କରିବାକୁ ନିର୍ବାଚନ କମିଶନ ଆସନ୍ତା ଜାନୁଆରୀ ୧୬ ତାରିଖରେ ସବୁ ରାଜନୈତିକ ଦଳ ଗୁଡ଼ିକର ଏକ ବୈଠକ ଡାକିଛନ୍ତି । 

ନୂଆ RVM କେମିତି କାମ କରୁଛି, ତାହା ରାଜନୈତିକ ଦଳ ଗୁଡ଼ିକୁ ପ୍ରଦର୍ଶନ କରାଯିବ। ସେମାନଙ୍କର ମତାମତ ଗ୍ରହଣ କରାଯିବ। ଏହାପରେ ଏହି ନୂଆ ପ୍ରକାର RVMକୁ ନିର୍ବାଚନରେ ବ୍ୟବହାର କରାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ ବୋଲି ବୋଲି ନିର୍ବାଚନ କମିଶନ କହିଛନ୍ତି।  

Advertisment
Election Commission Of India Voting
Advertisment
Advertisment