Advertisment

Good News: ଏଣିକି କ୍ରେଡିଟ୍‌ କାର୍ଡରୁ କରିପାରିବେ UPI ପେମେଣ୍ଟ; ଜାଣନ୍ତୁ, କେମିତି...

ଅନ୍‌ଲାଇନ୍‌ ପେମେଣ୍ଟ୍‌ (Online Payment) ଓ ଟ୍ରାଞ୍ଜାକ୍ସନ (Digital Transaction) ପାଇଁ ୟୁପିଆଇ (UPI) ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍‌ କାର୍ଡରୁ କରିପାରିବେ UPI ପେମେଣ୍ଟ।

author-image
Rajalaxmi Sahoo
Now UPI Payment Via Credit Card Soon

Now UPI Payment Via Credit Card Soon

ଅନ୍‌ଲାଇନ୍‌ ପେମେଣ୍ଟ୍‌ (Online Payment) ଓ ଟ୍ରାଞ୍ଜାକ୍ସନ (Digital Transaction) ପାଇଁ ୟୁପିଆଇ (UPI) ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। UPI ମାଧ୍ୟମରେ କେବଳ ସେଭିଙ୍ଗ୍‌ ଆକାଉଣ୍ଟ (Saving Account) କିମ୍ବା କରେଣ୍ଟ ଆକାଉଣ୍ଟ(Current Account)ରୁ ପେମେଣ୍ଟ୍‌ ସମ୍ଭବପର ନୁହେଁ ଏବେ କ୍ରେଡିଟ୍‌ କାର୍ଡରୁ ମଧ୍ୟ ଆପଣ ପେମେଣ୍ଟ କରିପାରିବେ। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (Reserve Bank Of India) ଖୁବ୍‌ଶୀଘ୍ର ଏହି ସୁବିଧା ଆରମ୍ଭ କରିବାକୁ ଯାଉଛି। 

Advertisment

ରୁପେ କାର୍ଡରୁ UPI ପେମେଣ୍ଟ୍‌ର ଶୁଭାରମ୍ଭ ହେବ...

ମୁଦ୍ରାସ୍ଫୀତି କମିଟିର ଜୁନ୍‌ ବୈଠକ ପରେ  RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଏହି ସୂଚନା ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ରେଡିଟ୍‌ କାର୍ଡରୁ UPI ପେମେଣ୍ଟ୍‌ ସୁବିଧା ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଛି। ଏହାର ଶୁଭାରମ୍ଭ RuPay Credit Cardରୁ କରାଯିବ। ପରେ ମାଷ୍ଟରକାର୍ଡ, Visa ସମେତ ଅନ୍ୟ ଗେଟ୍‌ୱେ ଉପରେ ଆଧାରିତ କ୍ରେଡିଟ୍ କାର୍ଡ ପାଇଁ ଏହି ସୁବିଧା ଉପଲ୍ଲବ୍ଧ କରାଯିବ। ଯେଉଁମାନେ କ୍ରେଡିଟ୍‌ କାର୍ଡରୁ ନଗଦ ଟଙ୍କା ଉଠାଇ ଥାନ୍ତି କିମ୍ବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିଥାନ୍ତି ସେମାନଙ୍କ ପାଇଁ ଏହା ବେଶ୍‌ ଲାଭବଦାୟକ ହେବ।  

ଏଣିକି E-Mandateରୁ ଏତିକି ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ୍‌ କରିପାରିବେ...

ଖାଲି UPI ପେମେଣ୍ଟ ନୁହେଁ ସବ୍‌ସ୍କ୍ରିପସନ୍‌ ପେମେଣ୍ଟ୍‌ (Subscription Payment)କୁ ମଧ୍ୟ ଆର୍‌ବିଆଇ ଆହୁରି ସରଳ କରିଛି। କୌଣସି OTT ଫ୍ଲାଟ୍‌ଫର୍ମରେ ସବ୍‌ସ୍କ୍ରିପସନ୍‌ ହେଉ କିମ୍ବା ସ୍କୁଲ୍‌ର ମାସିକ ଦେୟ, ଗ୍ୟାସ୍‌ ବିଲ୍‌ କିମ୍ବା ମୋବାଇଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ର ମାସିକ ଦେୟ ...ଏଭଳି ପେମେଣ୍ଟ୍‌ ପାଇଁ RBI E-Mandate ବାଧ୍ୟତାମୂଳକ କରିଛି। ଏହାକୁ ବାଧ୍ୟତାମୂଳକ କରାଯିବା ପରେ RBI ଏଭଳି ଟ୍ରାଞ୍ଜାକ୍ସନ ପାଇଁ ଏକ ଲିମିଟ୍‌ ଧାର୍ଯ୍ୟ କରିଛି। ହେଲେ ଏହି ଲିମିଟ୍‌କୁ ଏବେ ୩ ଗୁଣା ବଢ଼ାଇ ଦିଆଯାଇଛି। ପୂର୍ବରୁ ଏଭଳି ଟ୍ରାଞ୍ଜାକ୍ସନ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଲିମିଟ୍ ଥିଲା। ହେଲେ ଏବେ E-Mandateରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। 

Advertisment

ଏମିତି କରିପାରିବେ କ୍ରେଡିଟ୍‌ କାର୍ଡରୁ UPI ପେମେଣ୍ଟ୍‌...

କ୍ରେଡିଟ୍‌ କାର୍ଡକୁ ସ୍ୱାଇପ୍‌ ନକରି ଏଣିକି ପେମେଣ୍ଟ୍‌ କରିପାରିବେ। ହେଲେ ଏହା ପୂର୍ବରୁ ଆପଣଙ୍କୁ କ୍ରେଡିଟ୍‌ କାର୍ଡକୁ UPI ସହ ଲିଙ୍କ୍‌ କରିବା ଜରୁରୀ। ଏହାପରେ ସିଧାସଳଖ QR କୋଡ୍‌ ସ୍କାନ୍‌ କରି ପେମେଣ୍ଟ କରିପାରିବେ। ପେମେଣ୍ଟ ସମୟରେ ଆପଣଙ୍କୁ ଏକ ଅପ୍‌ସନ୍‌ ମିଳିବ। ଆପଣ କ୍ରେଡିଟ୍‌ କାର୍ଡ ନା ଡେବିଟ୍‌ କାର୍ଡରୁ ପେମେଣ୍ଟ କରିବାକୁ ଚାହୁଁଛନ୍ତି ଏଭଳି ଏକ ଅପସନ୍‌ ମିଳିବ। ଆପଣ ୟୁପିଆଇ ଆପ୍‌ରୁ ପେମେଣ୍ଟ୍‌ କଲେ ଆପଣଙ୍କ ରେଜିଷ୍ଟର ମୋବାଇଲ୍‌ ନମ୍ବରକୁ ଏକ OTP ଯିବ। OTP ଦେବା ପରେ ପେମେଣ୍ଟ ସମ୍ପୂର୍ଣ୍ଣ ହେବ। 

Credit Card Online Payment UPI Payment RuPay Credit Card
Advertisment
Advertisment