• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଙ୍ଗିବ ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟରରେ ଥିବା ସୁପରଟେକ୍ ଟ୍ୱିନ୍ ଟାଓ୍ୱାର । ଆସନ୍ତା ୨୮ ତାରିଖ ଅପରାହ୍ନ ତଥା ରବିବାର ଦିନ ସାଢେ ୨ଟାରେ ଭଂଗାଯିବ ଏହି ବିଲ୍ଡିଂ । ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ମାତ୍ର ୯ ସେକଣ୍ଡରେ ଧୂଳିସାତ ହେବାସହ ମାଟିରେ ମିଶିଯିବ ନୋଇଡାର ଏହି ଦୁଇ ଟାୱାର ।

ଏହି ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବାପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । କୋଠାରେ ପ୍ରାୟ ୧ ହଜାର ଡିଟୋନେଟର ଖଂଜାଯାଇଛି । ଗୋଟିଏ ସ୍ୱିଚ୍ ମାରିବା କ୍ଷଣି ସମସ୍ତ ଡିଟୋନେଟର ବ୍ଲାଷ୍ଟ ହେବ ବିଂଲଡି ଭାଂଗିବାକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ୧୦ଜଣିଆ ଟେକ୍ନିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଦୁଇ ବିଂଲିଡଂକୁ ଭାଗିଂବା ଦ୍ୱାରା ପ୍ରାୟ ୩୫ ହଜାର ବର୍ଗ ମିଟର ଧ୍ୱଂସାବଶେଷ ବାହାରିବ । ଏହାକୁ ସଫା କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ । ଟ୍ୱିନ ଟାଓ୍ୱାର ଦିଲ୍ଲୀର ଐତିହାସିକ କୀର୍ତ୍ତିରାଜି କୁତବ ମୀନାରଠାରୁ ଅଧିକ ଉଚ୍ଚତମ ବ୍ଲାଷ୍ଟିଂ ଅଂଚଳରୁ ଯେପରି ଧ୍ୱଂସାବଶେଶ ବାହରକୁ ନଯାଏ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଲୁହା ପ୍ଲେଟର ୪ଟି ଆସ୍ତରଣ ସହ ଆଉ ଦୁଇଟି ଆସ୍ତରଣ ରହିଛି । ବିଲଂଡି ଭଂଗାଯିବାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଭୟଭୀୟ ହୋଇପଡ଼ିଛନ୍ତି । ବିଲଂଡି ଭାଙ୍ଗିବା ପରେ କାଳେ ଏହାର ଧ୍ୱଂସାବଶେଶ ଲୋକଙ୍କ ଘର ନିକଟକୁ ମାଡ଼ିଯିବା ଏହାକୁ ନେଇ ଲୋକଙ୍କ ଭୟ ରହିଛି । ସେମାନେ ରହୁଥିବା କୋଠା ସହ ଘରର ଝରକା କାଚ ଭାଂଗିବା ଆଶଙ୍କା କରୁଛନ୍ତି ଦକ୍ଷିଣ ଆଫ୍ରିକାର ଏଡିଫାଇସ୍ ଇଂଜିନିୟରିଂ । ଏହି ବିଲଡିଂକୁ ଭାଙ୍ଗିବାକୁ ନିୟୋଜିତ ହୋଇଛି ଏଡିଫାଇସ ଇଂଜିନିୟରିଂ ପକ୍ଷରୁ ଅନ୍ୟ କୌଣସି କୋଠାକୁ କିଛି ବି କ୍ଷତି ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଏଡିଫାଇସ ଇଂଜିନିୟରିଂ କର୍ତ୍ତୃପକ୍ଷ ।