/odishatv-khabar/media/post_attachments/uploadimage/library/16_9/16_9_0/modi_1695313384.jpg)
modi
ଗୋଟିଏ ପଟେ କାନାଡ଼ା ଏବଂ ଭାରତ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପଟେ କାନାଡ଼ାକୁ ଆଉ ଆଉ ଏକ ଝଟ୍କା ଦେଇଛି ଭାରତ । ଦେଶର ସବୁ ଟିଭି ଚ୍ୟାନେଲ୍ ମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ନିର୍ଦେଶ ଦେଇଛନ୍ତି । ସରକାର କହିଛନ୍ତି ଦେଶ ବିରୋଧୀ ତଥା ଆତଙ୍କବାଦୀ ତତ୍ୱଙ୍କୁ ନିଜ ଚ୍ୟାନେଲରେ ସ୍ଥାନ ଦିଅନ୍ତୁ ନାହିଁ କିମ୍ବା କୌଣସି ଡିବେଟ୍କୁ ଡାକନ୍ତୁ ନାହିଁ । ନିକଟରେ ଏକ ଚ୍ୟାନେଲ୍ରେ ଜଣେ ବ୍ୟକ୍ତିଙ୍କୁ ଡିବେଟ୍ରେ ବସିବାର ସୁଯୋଗ ଦିଆଯାଇଥିଲା । ଯାହାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ଆଗାମୀ ଦିନରେ ଏଭଳି ଭୁଲ ନହେବା ଭଲ ।
ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶରେ କୁହାଯାଇଛି, କିଛି ଦିନ ପୂର୍ବରୁ ଜଣେ ବିଦେଶୀ ଅତିଥିଙ୍କୁ ଏକ ଘରୋଇ ଟିଭି ଚ୍ୟାନେଲ ଡିବେଟ୍ ପାଇଁ ନିମନ୍ତ୍ରଣ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିବା ସହ ସେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ । ଅନ୍ୟପଟେ ଉକ୍ତ ବ୍ୟକ୍ତି ଜଣକ ସେହି ଟିଭି ସୋ’ରେ ଯାହା ବି କହିଛନ୍ତି ତାହା ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଭଳି ।
ସରକାରଙ୍କ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଆମର ଏଭଳି ନିର୍ଦେଶ ଦ୍ୱାରା ଆମେ ଗଣମାଧ୍ୟମର ସ୍ୱାଧୀନତାରେ କୌଣସି ପ୍ରକାର ଅଙ୍କୁଶ ଲଗାଇବାକୁ ଚାହୁଁନୁ କିମ୍ବା ଏହା ଆମର ଉଦେଶ୍ୟ ନୁହେଁ । ଦେଶର ସୁରକ୍ଷା ପ୍ରତି ବିପଦ ଥିବାରୁ ଏହା ଏକ ପରାମର୍ଶ । ୧୯୯୫ ର ପ୍ରାବଧାନକୁ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଯେଉଁଥିରେ ଧାରା ୨୦ ସହ ଉପଧାରା ୨ ସାମିଲ ଅଛି ।
ସରକାରଙ୍କ ଏଭଳି ନିଷ୍ପତ୍ତି ସେତେବେଳେ ଆସିଛି ଯେତେବଳେ ଖାଲିସ୍ତାନୀ ତଥା ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନଜ୍ଜରଙ୍କ ହତ୍ୟାକୁ ନେଇ କାନାଡ଼ା ଓ ଭାରତ ମଧ୍ୟରେ ତିକ୍ତତା ବଢ଼ିଛି ।
ତେବେ ଭାରତ-କାନାଡ଼ା ଏବେ ଛତିଶ୍ କା ଆଙ୍କଡ଼ା । ବିବାଦ ମୂଳରେ ଖଲିସ୍ତାନୀ ଆତଙ୍କୀ । କାନାଡ଼ାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର ଚଳାଇଥିବା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଚାଲିଥିବା ବେଳେ, ଏବେ ଆଉ ଜଣେ ଭାରତୀୟ ମୋଷ୍ଟୱାଣ୍ଟେଡ୍ କ୍ରିମିନାଲ୍ ବି କାନାଡ଼ାରେ ଗ୍ୟାଙ୍ଗୱାରରେ ପ୍ରାଣ ହରାଇଛି । ଯାହାକି ବିବାଦକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି । ତେଣେ ଉଭୟ ଦେଶ ମଧ୍ୟରେ ଲାଗିଥିବା କୂଟନୈତିକ ଘମାସାନରେ ଏକ ନୂଆ ଫର୍ଦ୍ଦ ଯୋଡ଼ି, ଭାରତ କାନାଡ଼ା ପାଇଁ ଭିସା ମଞ୍ଜୁରୀ ପ୍ରକ୍ରିୟାକୁ ସ୍ଥଗିତ ରଖିଛି ।
କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ ଦେଖିବାକୁ ମିଳିଛି । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।ଆଉ ଏବେ ଗ୍ୟାଙ୍ଗୱାରରେ ସଫା ହୋଇଛି ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ସୁଖଦୁଲ୍ ସିଂ ଓରଫ୍ ସୁଖା ଦୁନୁକେ । କାନାଡ଼ାର ୱିନିପେଗରେ ଘରେ ପଶି ୯ଟି ଗୁଳି ମରାଯାଇଛି ସୁଖାକୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)