Advertisment

ମୁସଲିମ ପକ୍ଷକୁ ଝଟକା... ଜ୍ଞାନବାପୀ ପରିସରରରେ ଚାଲିବ ପୂଜାର୍ଚ୍ଚନା

ସନ୍ଥ ସମାଜର ଏକ ବୈଠକ ଡକାଯାଇଛି। ବାରାଣାସୀର ଖୋଜୱା-ଭେଲୁପୁରର ଡକ୍ଟର ରାମକମଲ ବେଦାନ୍ତ ମହାରାଜଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

ଅଦ୍ୟତନ ହୋଇଛି
 Gyanvapi mosque

Gyanvapi mosque

Advertisment

ଜ୍ଞାନବାପୀ ମସ୍‌ଜିଦ ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା। ପୂଜାର୍ଚ୍ଚନାରେ ରୋକ ଲାଗିବନି କହିଲେ ଆହ୍ଲାବାଦ ହାଇକୋର୍ଟ। ଜ୍ଞାନବାପୀ ମସ୍‌ଜିଦର ବେସମେଣ୍ଟରେ ପୂଜା ନେଇ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସ୍‌ଲିମ୍‌ ପକ୍ଷର ଆବେଦନ ଉପରେ ଶୁଣାଣି ହୋଇଛି। ଆଡ୍‌ଭୋକେଟ ସୟଦ ଫରମାନ ଅହମ୍ମଦ ନାକଭି ମୁସଲମାନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ହାଇକୋର୍ଟ ପୂଜାରେ ପ୍ରତିବନ୍ଧକ ଲଗାଯିବନି ବୋଲି କହିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୬ତାରିଖରେ କରାଯିବ।

Advertisment

ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳିଛି ଅଧିକାର। ବାରାଣସୀ କୋର୍ଟ ଦେଇଥିବା ଆଦେଶ ପରେ ମସ୍‌ଜିଦର ବେସମେଣ୍ଟରେ ପୂଜା ଆରମ୍ଭ ହୋଇଛି। ମୁସଲମାନ ପକ୍ଷ କୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ତେବେ ଅପରାହ୍ନ ୨ଟା ପରେ ସନ୍ଥ ସମାଜର ଏକ ବୈଠକ ଡକାଯାଇଛି। ବାରାଣାସୀର ଖୋଜୱା-ଭେଲୁପୁରର ଡକ୍ଟର ରାମ କମଲ ବେଦାନ୍ତ ମହାରାଜଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅଲ ଇଣ୍ଡିଆ ସାନ୍ଥ କମିଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାନୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ, ଡକ୍ଟର ରାମକାଭାଲ ବେଦାନ୍ତ ମହାରାଜ, ବାଲକ ଦାସ ଏବଂ ବହୁ ସଂଖ୍ୟକ ସାଧୁ ଉପସ୍ଥିତ ଅଛନ୍ତି।

Advertisment

ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ଏଠି ସୁସ୍ପଷ୍ଟ ମନ୍ଦିରର ସ୍ଥିତି। ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବଙ୍କ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିବା ଦାବି କରାଯାଉଛି। ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି। କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି।

ବର୍ଷକୁ ଥରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ। ତେବେ ଦୈନିକ ପୂଜାର୍ଚ୍ଚନା ଅନୁମତି ଦାବିରେ ବାରଣାସୀ କୋର୍ଟରେ ଆବେଦନ ହେବା ପରେ, ଏହା ଦୀର୍ଘ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ରହିଥିଲା। ପୂର୍ବରୁ ଜ୍ଞାନବାପୀ ପରିସରର ଭିଡିଓ ସର୍ଭେ ପାଇଁ ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Advertisment
Supreme Court Allahabad High Court Gyanvapi Masjid Gyanbapi Mosque
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ