Advertisment

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି

ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
No Jobs Or Higher Studies For Indian Students If Go To Study In Pakistan

No Jobs Or Higher Studies For Indian Students If Go To Study In Pakistan

ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ କେନ୍ଦ୍ର ପରାମର୍ଶ ଦେଇଛି।ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି। 

Advertisment

ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି। ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(AICTE) ଓ ୟୁଜିସି(UGC) ମିଳିତ ଭାବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି ଯେଉଁ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି(ଯେଉଁମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି), ଗୃହ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା ପରେ ହିଁ ସେମାନେ ଭାରତରେ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି।

ପାକ୍‌ ଅଧିକୃତ କାଶ୍ମୀର(PoK)ରେ ଥିବା ଇନ୍‌ଷ୍ଟିଚ୍ୟୁଟରେ ପାଠପଢ଼ା ନେଇ ୨୦୧୯ ମସିହାରେ UGC(University Grants Commission) ଆଡଭାଇଜରି ଜାରି କରିଥିଲା। ତେବେ ପାକିସ୍ତାନର କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ପାଠପଢ଼ା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି ଯାଇଥିବା ବେଳେ ବର୍ତ୍ତମାନ ଜାରି କରାଯାଇଥିବା ସଦ୍ୟତମ ଆଡଭାଇଜରିର ପ୍ରଭାବ ଆହୁରି ଅଧିକ ପଡ଼ିବ ବୋଲି ଜଣାପଡ଼ିଛି। 

Advertisment

ହଠାତ୍‌ ପାକିସ୍ତାନ ପ୍ରତି ଭାରତର ଏଭଳି କଡ଼ା ଆଭିମୁଖ୍ୟର କାରଣ ଜଣାପଡ଼ି ନାହିଁ। 

AICTE Higher Studies No Jobs UGC Pakistan
Advertisment
Advertisment