Advertisment

ପ୍ରଶାସନର ନୂଆ ନିୟମ ! ହେଲମେଟ ପିନ୍ଧିକି ନଆସିଲେ ଦୋକାନରୁ ମିଳିବନି ମଦ

ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
No Helmet No Liquor

No Helmet No Liquor

ଆସିଲା ନୂଆ ନିୟମ । ଏଣିକି ହେଲମେଟ୍ ନଥିଲେ ମିଳିବନି ମଦ । ଏକଥା ଶୁଣି ଆପଣଙ୍କୁ ହସ ଲାଗୁଥାଇ ପାରେ । ଆଉ କିଏ ଏଭଳି ଅବାନ୍ତର ନିୟମ କଲା ବୋଲି ଆପଣ ଭାବୁଥିବେ । ତେବେ ଆଜ୍ଞା କଥାଟା ସତ । ହସ ଲାଗିଲେ ବି ଏହି ନିୟମ ଏବେ କଡ଼ାକଡ଼ି କରାଯାଇଛି ।

Advertisment

ଆପଣ ପୂର୍ବରୁ ଶୁଣିଥିବେ ନୋ ହେଲମେଟ୍ ନୋ ପେଟ୍ରୋଲ । କିନ୍ତୁ ଶୁଣନ୍ତୁ ନୋ ହେଲମେଟ୍ ନୋ ଲିକର । ତେବେ ଏହା ପଛରେ ବଡ଼ କାରଣ ହେଲା ଲୋକଙ୍କୁ ମୃତ୍ୟୁ ମୁଖରୂ ବଞ୍ଚାଇବା । ତେଣୁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦୁଇ ଚକିଆ ଚାଳକଙ୍କ ପାଇଁ ଏଭଳି ନିୟମ କରାଯାଇଛି । ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।

ତେବେ ଏହି ନିୟମ ସେତେବେଳେ କଡ଼ାକଡ଼ି କରାଗଲା, ଯେତେବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହେଲମେଟ୍ ପିନ୍ଧିବାକୁ କୁହାଯିବାର ଦୁଇ ସପ୍ତାହ ପରେ ବି କେହି ପିନ୍ଧି ନଥିଲେ । ପ୍ରଶାସନର ନିର୍ଦେଶକୁ ଫୁ କରି ବିନା ହେଲମେଟ୍‌ରେ ରାସ୍ତାର ଲୋକେ ବାଇକ୍ ଚଳାଇବାର ଦେଖାଦେବା ପରେ ପ୍ରଶାସନ କହିଥିଲା, ଯଦି କେହି ହେଲମେଟ୍ ନ ପିନ୍ଧିବେ ତେବେ ତାଙ୍କୁ ମଦ ବିକ୍ରି କରାଯିବ ନାହିଁ ।

Advertisment

ଏନେଇ ଜଣେ ଅବକାରୀ ଅଧିକାରୀ କହିଛନ୍ତି ଯେ, ବିଭାଗ ପକ୍ଷରୁ ଏଭଳି ଏକ ନିର୍ଦେଶନାମା ମଧ୍ୟ ଜାରି କରାଯାଇଛି । ଗାଁ ଗହଳିରେ ଥିବା ବିଭିନ୍ନ ମଦ ଦୋକାନ ପାଖରେ ପୋଷ୍ଟର ମଧ୍ୟ ଲଗାଯାଇଛି ।

ସୂଚନାଯୋଗ୍ୟ, ଜଣେ ଆଇନ ଛାତ୍ରଙ୍କ ଦ୍ୱାରା ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରିବା ବେଳେ ଜାଣିବାକୁ ପାଇଥିଲେ ଯେ, ରାସ୍ତାରେ କେହି ବି ହେଲ୍‌ମେଟ୍‌ ପିନ୍ଧୁ ନାହାନ୍ତି । ତେଣୁ ଏହି ଶୁଣାଣି ବେଳେ ହିଁ କୋର୍ଟ ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ ପରେ ପ୍ରଶାସନ ପକ୍ଷରୁ ସମସ୍ତ ବାଇକ ଚାଳକଙ୍କୁ ହେଲମେଟ୍ ପିନ୍ଧିବାକୁ କୁହାଯାଇଥିଲା । ତେବେ ଏହି ନୋ ହେଲମେଟ୍ ନୋ ଲିକର ନିୟମ, ମଧ୍ୟପ୍ରଦେଶର ଜବଲପୁରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଛି ।

ତେବେ ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ ଅନେକ ମଜାଳିଆ ପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି କହୁଛନ୍ତି, ଏଭଳି ନିୟମ ଲୋକଙ୍କୁ ଭଲ ସୁହାଇବ। ଯେଉଁମାନେ ମଦ କିଣିବା ବେଳେ ମୁହଁ ଲୁଚେଇବାକୁ ଚାହୁଁଥିଲେ, ସେମାନଙ୍କୁ ଆଉ କେହି ଦେଖି ପାରିବେନି। ସେହିପରି ମଦ ପିଇ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ସେ ଯାହା ବି ହେଉ ପ୍ରଶାସନର ଏଭଳି ନିୟମ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।  

Liquor Shop Helmet
Advertisment
Advertisment