• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାନ୍‌ ସତ୍ତ୍ୱେ ବିହାରରେ ବଢ଼ି ଚାଲିଛି ମଦ ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା ସରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୯କୁ ପହଞ୍ଚିଛି । ଅନେକ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ ବୟାନ ଦେଇଛନ୍ତି । ତାଙ୍କ ମତରେ ମଦ ଯିଏ ପିଇବ, ତାର ମୃତ୍ୟୁ ନିଶ୍ଚିତ । ମଦକୁ ବ୍ୟାନ କରିବା ପରେ ବି ଯଦି ମଦ ସେବନ କରନ୍ତି , ତେବେ ଏହା ମୃତ୍ୟୁ ମୁଖକୁ ଟାଣିବ ।

ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି । ମଦ କେତେ କ୍ଷତିକାରକ, ତା’ର ରିସର୍ଚ୍ଚ ରିପୋର୍ଟ ମଧ୍ୟ ସମସ୍ତଙ୍କ ଘରକୁ ପଠାଯାଇଛି । ତଥାପି କିଛି ଲୋକ ମଦ ପିଉଛନ୍ତି ଓ ବ୍ୟବସାୟ କରୁଛନ୍ତି । ମଦ ବ୍ୟାନ ହୋଇଛି । ତଥାପି ନିୟମ ନମାନି ଲୋକେ ମଦ ତିଆରି କରୁଛନ୍ତି । ଗରିବ ଲୋକଙ୍କୁ ନଧରିବା ପାଇଁ କୁହାଯାଉଛି । ଯେଉଁମାନେ ମଦ ତିଆରି କରୁଛନ୍ତି ଓ ବିକ୍ରି କରୁଛନ୍ତି ସେମାନଙ୍କୁ ଧ‌ରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ହୋଇଛି ।

ବିଷାକ୍ତ ମଦ ସେବନ ଦ୍ୱାରା ଜିଲ୍ଲାର ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ବି ଅନେକ ଲୋକ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଣୁ ମଦ ଅତ୍ୟନ୍ତ ହାନିକାରକ ଏବଂ ଏହାକୁ ସେବନ ନ କରିବା ପାଇଁ ନୀତୀଶ ପରାମର୍ଶ ଦେଇଛନ୍ତି ।

ସେପଟେ ଗତକାଲି ବିଧାନସଭାରେ ମଦ ବ୍ୟାନ ପଲିସିକୁ ନେଇ ପ୍ରବଳ ହୋହାଲ୍ଲା କରିଥିଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିବା ସହ ରାଜ୍ୟ ସରକାରଙ୍କ ମଦ ବ୍ୟାନ୍ ପଲିସି ଉପରେ ପ୍ରଶ୍ନ ଉଠାଇଥିଲେ । ବିରୋଧୀଙ୍କ ଆକ୍ରମଣରେ ଉତ୍ତେଜିତ ହୋଇ ପଡିଥିଲେ ନୀତୀଶ । ଫଳରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।