• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତରେ ଡାଲା, ସାଧାରଣ ଲୋକଙ୍କ ପରି ବଜାରରେ ପରିବା କିଣିଲେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Nirmala Sitharaman)  ବଜାର ଯାଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ନିଜେ ବାଛି ବାଛି ପନିପରିବା କିଣୁଥିବା ଦେଖାଯାଉଛି । ଏହି ଭିଡିଓ ଚେନ୍ନାଇର ମାୟଲାପୁର ବଜାରର ବୋଲି କୁହାଯାଉଛି । ଭିଡିଓକୁ ଅର୍ଥମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟର୍‌ ହ୍ୟାଣ୍ଡେଲରୁ ଟ୍ୱିଟ୍‌ କରାଯାଇଛି ।

ଶନିବାର ଦିନ ଚେନ୍ନାଇର ମାୟଲାପୁର ଅଞ୍ଚଳରେ ଥିବା ଏକ ପରିବା ମାର୍କେଟ୍‌ରେ ହଠାତ ପହଞ୍ଚି ଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ପରିବା ବଜାରରେ ଅର୍ଥମନ୍ତ୍ରୀଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୧.୩୦ ମିନିଟର ଭିଡିଓରେ ସେ ନିଜେ ପନିପରିବା କିଣୁଥିବା ନଜର ଆସୁଛନ୍ତି । ପରିବା କିଣା ସହ ବଜାରକୁ ଆସୁଥିବା ଲୋକ ଏବଂ ବିକ୍ରେତାଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି ।  ନିର୍ମଳା ସୀତାରମଣ କନ୍ଧମୂଳ ଓ କଲରା କିଣୁଥିବା ଦେଖିବାକୁ ମିଳିଛି ।

ତେବେ ପରିବା କିଣିବା ପାଇଁ ଏକୁଟିଆ ବଜାର ଯାଇନଥିଲେ ଅର୍ଥମନ୍ତ୍ରୀ । ସୁରକ୍ଷା କର୍ମୀମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହା ବ୍ୟତୀତ କିଛି ସ୍ଥାନୀୟ ଲୋକ ଅର୍ଥମନ୍ତ୍ରୀଙ୍କ ସହିତ ଥିଲେ, ସମସ୍ତେ ଦେଖି ତାଙ୍କୁ ଅଭିବାଦନ କରୁଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଦେଶରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇରେ ୬.୭୧ ପ୍ରତିଶତରୁ ଅଗଷ୍ଟରେ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି ।