• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର କରିଛି NIA । ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି  ସ୍ଥାନରେ ଆଜି ସକାଳୁ NIA ରେଡ କରିଛି । ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ଚଢାଉ ହୋଇଛି । ଏହି ମାମଲାରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନ ସମେତ ୫ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ରେଡ ଚାଲିଛି । ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

ପଞ୍ଜାବରେ କେବଳ ୨୫ରୁ ଅଧିକ ଜାଗାରେ ଚଢାଉ ହୋଇଥିବା ଜଣାପଡିଛି । ଫରିଦକୋଟରେ କୁଖ୍ୟାତ ଗାଙ୍ଗଷ୍ଟର ବିନୟ ଦେଓରାଙ୍କ ଘରେ NIA ପକ୍ଷରୁ ରେଡ ହୋଇଥିଲା । ପଞ୍ଜାବ ପୋଲିସର ଆଣ୍ଟି-ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ସମେତ ଦିଲ୍ଲୀ ପୁଲିସ୍ ଓ କେନ୍ଦ୍ର ଏଜେନ୍ସି ଏହି ଚଢଉରେ ସାମିଲ ଥିଲେ । ପଞ୍ଜାବର ମୁକ୍ତସରରେ ଥିବା ଗୋଲ୍ଡି ବ୍ରାରଙ୍କ ଘର ଏବଂ ଗୁରୁଦାସପୁରର ଜଗଗୁ ଭଗବାନପୁରିଆଙ୍କ ଘରେ ଚଢାଉ କରାଯାଇଛି । ସିଦ୍ଧୁ ମୋସେଓ୍ୱାଲା ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତ ଅଛନ୍ତି ।

ହରିୟାଣାର ଯମୁନାନଗରରେ ଥିବା ଗ୍ୟାଙ୍ଗଷ୍ଟର କାଲା ରାଣାଙ୍କ ଘରେ ଆଜି ସକାଳୁ ରେଡ କରିଛି ଏନଆଇଏ ଟିମ୍ । ରାଣାଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ତାଙ୍କ ପିତାମାତାଙ୍କୁ ପଚରାଉଚରା କରାଯାଉଛି । ମଜିଠା ରୋଡରେ ଥିବା ଗ୍ୟାଙ୍ଗଷ୍ଟର ଶୁଭମଙ୍କ ଘରେ ମଧ୍ୟ ଏନଆଇଏ ଟିମ୍ ରେଡ କରିଛି । ନିକଟରେ ଏନଆଇଏର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ହରିୟାଣା ଏବଂ ପଞ୍ଜାବ ପୁଲିସର ଅଧିକାରୀଙ୍କୁ ଭେଟି ଅବଗତ କରାଇଥିଲେ ।