/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684600151.jpg)
NHAI World Record
ପୁଣି ରେକର୍ଡ କଲା ଏନଏଚଆଇ । କାରଣ ମାତ୍ର ୧୦୦ ଘଂଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ । ବାସ୍ ଏତେ କମ୍ ସମୟରେ ଏତେ ଅଧିକ କିଲୋମିଟର ସଡକ ତିଆରି ହୋଇଥିବାରୁ ସବୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସୱେରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାମ ମାତ୍ର ୧୦୦ ଘଣ୍ଟାରେ ଶେଷ ହୋଇଥିବା ନେଇ ସୂଚନା ମିଳିଛି । କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ମାତ୍ର ୧୦୦ ଘଂଟାରେ ୧୧୨ କିମି ରାସ୍ତା ତିଆରି କରାଯାଇ ରେକର୍ଡ ସୃଷ୍ଟି କରାଯାଇଛି । ଏହା ପୂର୍ବରୁ ୧୦୫ ଘଣ୍ଟାରେ ୭୫ କିଲୋମିଟର ରେକର୍ଡ କରାଯାଇଥିଲା । ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସୱେ ମେ’ ୧୫ ତାରିଖ ସକାଳ ୧୦ଟାରେ ଉଦଘାଟିତ ହୋଇଥିଲା ଏବଂ ୧୯ ତାରିଖ ଅପରାହ୍ନ ୨ଟାରେ ୧୦୦ ଘଣ୍ଟା ଶେଷ ହୋଇଥିଲା । ଯାହା ୬ ଲେନ୍ ବୋଲି ଜଣାପଡିଛି ।
ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଏବେ ରାସ୍ତା ନିର୍ମାଣ କରିବାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ମାତ୍ର ୧୦୦ ଘଂଟାରେ ଯେପରି ଭାବରେ ରାସ୍ତା ନିର୍ମାଣ କରାଗଲା ତାହାକୁ ନେଇ ପ୍ରଶଂସା କରାଯାଉଛି । ତେବେ ଏହି ରାସ୍ତା ନିର୍ମାଣ କାମରେ ୬ଟି ହଟମିକ୍ସ ପ୍ଲାଣ୍ଟ, ୧୫ଟି ସେନ୍ସର ପେଭର ଏବଂ ୨ ହଜାରରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ରାସ୍ତା କାମର ତଦାରଖ କରିବାକୁ ୨୫୦ ଇଞ୍ଜିନିୟର ମଧ୍ୟ ନିୟୋଜିତ ହୋଇଥିଲେ । ହୁଏତ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପୂରା ସତ । କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ମିଳିଥିବା କହିଛନ୍ତି କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)