Advertisment

ଏବେ ବର୍ଷେ ଯାଏ ‘Work From Home’ କରିପାରିବେ କର୍ମଚାରୀ !

ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ନିୟମ ଘୋଷଣା କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Work From Home Rules Announced By Commerce Ministry

Work From Home Rules Announced By Commerce Ministry

ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ସାରା ବିଶ୍ୱରେ ଏହି କଲ୍‌ଚର୍‌ ବଢ଼ିବାରେ ଲାଗିଛି। ଭାରତ ମଧ୍ୟ ଏହି କଲ୍‌ଚର୍‌କୁ ଆପଣାଇଛି। ଏସବୁ ଭିତରେ ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ନିୟମ ଘୋଷଣା କରିଛି।

Advertisment

ବାଣିଜ୍ୟ ମନ୍ତ୍ରାଳୟ ଅନୁସାରେ, ଘରୁ କାମ କରିବା ପାଇଁ ସର୍ବାଧିକ ୧ ବର୍ଷ ପାଇଁ ଅନୁମତି ପ୍ରଦାନ କରାଯିବ। ଯାହାର ଫାଇଦା ୫୦% କର୍ମଚାରୀଙ୍କୁ ମିଳିପାରିବ। ଏହି ବିଶେଷ ସୁବିଧା Special Economic Zones(SEZ)ରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ।

ନ୍ୟୁଜ୍‌ ଏଜେନ୍ସି PTIର ରିପୋର୍ଟ ଅନୁସାରେ, ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ବାଣିଜ୍ୟ ବିଭାଗ ନୂଆ ନିୟମ ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ୱାର୍କ ଫ୍ରମ୍‌ ହୋମ୍‌ ପା‌ଇଁ ଶିଳ୍ପ ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା। ଫଳରେ ଶିଳ୍ପ ସଂସ୍ଥାର ଦାବିକୁ ଦୃଷ୍ଟିରେ ରଖି ନୂଆ ନିୟମ ପାଇଁ ଜାରି ପାଇଁ ନିଷ୍ପତ୍ତି ନିଆଯାଇଛି। 

Advertisment
  • ୱାର୍କ ଫ୍ରମ୍‌ ହୋମ୍‌ର ଏହି ନୂଆ ନିୟମ SEZ ୟୁନିଟ୍‌ର ଏକ ବିଶେଷ କ୍ୟାଟେଗୋରୀର କର୍ମଚାରୀଙ୍କ ପାଇଁ ଲାଗୁ ହେବ
  • SEZ ୟୁନିଟ୍‌ର IT/ITES କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ
  • ଅସ୍ଥାୟୀ ଭାବେ ସକ୍ଷମ ନଥିବା କର୍ମଚାରୀ କିମ୍ବା ଯେଉଁମାନେ ଦୂର ସ୍ଥାନରୁ ଯା’ଆସ କରୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ
  • ଏହାଦ୍ୱାରା ୫୦% କର୍ମଚାରୀଙ୍କୁ Work From Homeର ସୁବିଧା ମିଳିପାରିବ। ଏଥିରେ କଣ୍ଟ୍ରାକ୍ଟ ଆଧାରରେ ଥିବା କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯିବ।
  • ଘରୁ କାମ କରିବା ପାଇଁ ସର୍ବାଧିକ ୧ ବର୍ଷ ପାଇଁ ଅନୁମତି ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ଅନୁରୋଧ କ୍ରମେ ଏହାକୁ ଆଉ ୧ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢ଼ା ଯାଇପାରିବ।
Work From Home Commerce Ministry Work From Home Rules
Advertisment
Advertisment