Advertisment

ଚାକିରିଆଙ୍କ ପାଇଁ ବଡ଼ ଖବର : ଏଣିକି ସପ୍ତାହକୁ ୪ ଦିନ ପାଇବେ ଛୁଟି

ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍‌ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି

author-image
Sarbeswar
Govt Employee

Govt Employee

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆପଣମାନେ ସପ୍ତାହକୁ ମାତ୍ର ୪ ଦିନ କରିବେ କାମ ଆଉ ବାକି ୩ ଦିନ ଛୁଟି ପାଇବେ। କେନ୍ଦ୍ର ସରକାର ଆସନ୍ତାବର୍ଷ ୪ ଶ୍ରମ ଆଇନ ଲାଗୁ କରିବାକୁ ଯାଉଛନ୍ତି ଯାହାଦ୍ୱାରା ଆପଣମାନେ ଏହାର ସିଧାସଳଖ ଲାଭ ପାଇବେ। ଯଦି ଏହି ନିୟମ ଲାଗୁ ହେବ ତେବେ ସିଧାସଳଖମାନେ ସରକାରୀ ଓ ବେସରକାରୀ କର୍ମଚାରୀମାନେ ଏହାର ଲାଭ ପାଇବେ।

Advertisment

ଏଣିକି ସପ୍ତାହକୁ ୪ ଦିନ ହେବ ଅଫିସ୍‌

ଘରୋଇ ଓ ସରକାରୀ ଚାକିରିଆମାନଙ୍କ ଉପରେ ଏଣିକି କାମର ବୋଝ କମିବ। କାରଣ କର୍ମଚାରୀଙ୍କୁ ଖୁସ୍‌ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଆଗାମୀ ଦିନରେ କର୍ମଚାରୀଙ୍କ ବେତନଠାରୁ ଆରମ୍ଭ କରି ଛୁଟି ଓ ଦୈନିକ କାର୍ଯ୍ୟର କରିବାର ସମୟରେ ଆସିବ ବଡ଼ ପରିବର୍ତ୍ତନ। କିନ୍ତୁ ନୂଆ ଆଇନ ଆସିଲେ ଶ୍ରମିକମାନଙ୍କୁ ଦୈନିକ ୧୨ ଘଂଟା କାମ କରିବାକୁ ପଡ଼ିବ। ଯାହାଦ୍ୱାରା ଶ୍ରମିକଙ୍କୁ ପ୍ରତ୍ୟେକ ସପ୍ତାହରେ ୧୨ ଘଂଟା କାମ କରିବାକୁ ପଡ଼ିବ।

ସପ୍ତାହକୁ ୩ ଦିନ ଛୁଟି

ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍‌ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୪୮ ଘଣ୍ଟାର ଡ୍ୟୁଟି ପରେ କର୍ମଚାରୀଙ୍କ ସପ୍ତାହନ୍ତ ଛୁଟି ନିର୍ଦ୍ଧାରିତ ହେବ। ୧୨ ଘଣ୍ଟା କାମ କରୁଥିଲେ ୩ ଦିନ ଓ ୮ ଘଣ୍ଟା କାମ କରୁଥିଲେ ଦିନେ ଛୁଟି ମିଳିବ ବୋଲି ପ୍ରସ୍ତାବ ଦିଆଯାଇଛି।

Advertisment

କମିବ ସାଲାରୀ !!

ନୂଆ ନିୟମ ଅନୁସାରେ କର୍ମଚାରୀଙ୍କର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବର୍ତ୍ତମାନ କର୍ମଚାରୀମାନେ ଯେତିକି ଟଙ୍କା ଦରମା ପାଉଛନ୍ତି ତାହା ଆଗାମୀ ଦିନରେ କିନ୍ତୁ କମିଯିବ। କମ୍ପାନୀମାନେ ଦରମା ଟଙ୍କାଙ୍କୁ ଅନେକ ପ୍ରକାର ଭତ୍ତାରେ ବାଂଟିଦେବେ। ଫଳରେ କର୍ମଚାରୀଙ୍କ ମୂଳ ବେତନ କମ ରହିବା ସହ ସେମାନଙ୍କ ଭବିଷ୍ୟନିଧି ଜମା ମଧ୍ୟ କମୁଛି। ଏବେ ଭବିଷ୍ୟନିଧି କର୍ମଚାରୀଙ୍କ ମୂଳ ବେତନର ୫୦ ପ୍ରତିଶତ ଜମା କରାଯିବ। ବଳକା ବେତନ କର୍ମଚାରୀଙ୍କୁ ଦିଆଯିବ।

ଗୁରୁତ୍ୱପର୍ଣ୍ଣ କଥା ହେଲା, କେନ୍ଦ୍ରର ଏହି ଆଇନ ଲାଗୁ କରିବା ପାଇଁ ୧୩ ରାଜ୍ୟ ପ୍ରସ୍ତୁତ ହେଲେଣି। କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତ ସପ୍ତାହ ପ୍ରାରମ୍ଭରେ ରାଜ୍ୟସଭାରେ ଏହି ସୂଚନା ଦେଇଥିଲେ। ଏହା ବ୍ୟତୀତ ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏବେ ଏହି ଆଇନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଥିବା ନେଇ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଓଟିଭି

New Rule Employee
Advertisment
Advertisment