New Ray of Hope arises for trapped workers as 6 inch pipe pushed to carry food inside tunnel
ରେସ୍କ୍ୟୁ କାମ ଠିକ୍ ଭାବରେ ଚାଲିଥିବା ବେଳେ ଟନେଲ ଭିତରେ ଫସିଥିବା ଶ୍ରମିକ ସୁସ୍ଥ ଥିବା ଭିଡିଓ ସାମ୍ନାକୁ ଆସିଛି ।ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ସ୍ଥିତି ଉପରେ ପୁରା ନଜର ରହିଛି ।
ଏଣ୍ଡୋସ୍କୋପି କ୍ୟାମେରା ସହାୟତାରେ ଭିତର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି । ଡ୍ରିଲ୍ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି ରହିଛି । ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କ’ଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଟିମ୍ ।
ଅଧିକ ପଢ଼ନ୍ତୁ: ଟନେଲ ଭିତରୁ ପ୍ରଥମ ସିସିଟିଭି ଫୁଟେଜ : ସମସ୍ତେ ଅଛନ୍ତି ସୁରକ୍ଷିତ, ୱକିଟକିରେ କଥା ହେବା ପାଇଁ ପ୍ରୟାସ
ସେପଟେ, ପାଇପ ସାହାଯ୍ୟରେ ରନ୍ଧା ଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି । ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।
ସୂଚନାଥାଉ କି, ନଭେମ୍ବର ୧୨ ରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700550708.jpg)