• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦେଶ ପାଇଲା ନୂଆ ସଂସଦ । ଯୋଡି ହେଲା ନୂଆ ଇତିହାସ । ଦେଖିବାକୁ ଯେମିତି ଭବ୍ୟ, ବିଶାଳ...ସୁବିଧା ବି ସେତିକି ଅତ୍ୟାଧୁନିକ । ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା । କାରଣ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଏହା ହେଉଛି ନୂତନ ମନ୍ଦିର । ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉତ୍ସର୍ଗ କରିଛନ୍ତି । ତେବେ ଜାଣନ୍ତୁ ସଂସଦ ଭବନ ତିଆରି କରିବାକୁ କେଉଁଠୁ ଆସିଛି କି ଉପକରଣ?

କେଉଁଠୁ ଆସିଛି କି ଉପକରଣ?

-ନୂଆ ସଂସଦ ଭବନ ନିର୍ମାଣ ଲାଗି ମହାରାଷ୍ଟ୍ରରୁ ଆସିଛି ଶାଗୁଆନ କାଠ

-ରାଜସ୍ଥାନର ସରମଥୁରାରୁ ଆସିଛି ବାଲୁକା ପଥର
-ତ୍ରିପୁରାର ଅଗରତାଲାରୁ ବାଉଁଶ କାଠର ଫ୍ଲୋରିଂ ଆସିଛି

-ଉତ୍ତରପ୍ରଦେଶର ମିର୍ଜାପୁରରୁ ଆସିଛି କାର୍ପେଟ୍

-ସେହିପରି ରାଜସ୍ଥାନର ରାଜସ୍ଥାନର ରାଜନଗର ଓ ଉତ୍ତରପ୍ରଦେଶର ନୋଏଡାରୁ ଆସିଛି ପଥରର ଚିତ୍ତାକର୍ଷକ ସାମଗ୍ରୀ

-ଅଶୋକ ପ୍ରତୀକକୁ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ରାଜସ୍ଥାନର ଜୟପୁରରୁ ଅଣାଯାଇଛି
-ଅଶୋକ ଚକ୍ର ଆସିଛି ମଧ୍ୟପ୍ରଦେଶର ଇନ୍ଦୋରରୁ
-ଫର୍ଣ୍ଣିଚର ସାମଗ୍ରୀ ମୁମ୍ବାଇରୁ କିଣାଯାଇଛି

-ରାଜସ୍ଥାନର ଜୈସଲାମରରୁ ଲାଖକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି
-ରାଜସ୍ଥାନର ଅମ୍ବାଜୀରୁ ଧଳା ମାର୍ବଲ ପଥର କିଣାଯାଇଛି
-ରାଜସ୍ଥାନର ଉଦୟପୁରରୁ ସବୁଜ ପଥର ବି ଅଣାଯାଇଛି
-ଗୁଜରାଟର ଅହମ୍ମଦାବାଦରୁ ପିତ୍ତଳ କାମ ଓ ଫ୍ରି-କାଷ୍ଟ ଟ୍ରେଂଚ ମଗାଯାଇଛି
 

ସଂସଦ ଭବନ ତିଆରି ଲାଗି...

-୨୬ ହଜାର ୪୫ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହାର ହୋଇଛି
-୬୩ ହଜାର ୮୦୭ ମେଟ୍ରିକ ଟନ୍ ସିମେଣ୍ଟ ବ୍ୟବହାର ହୋଇଛି
-୯ ହଜାର ୬୮୯ କ୍ୟୁବିକ୍ ମିଟର ଫ୍ଲାଏ ଆସ୍ ବ୍ୟବହର ହୋଇଛି
-୮୬୨ କୋଟି ଟଙ୍କାରେ ଟେଣ୍ଡର ନେଇଥିଲା ଟାଟା ପ୍ରୋଜେକ୍ଟ ଲିମିଟେଡ୍
-୨୦୨୦ରେ ନିର୍ମାଣ ଖର୍ଚ୍ଚ ୯୭୧ କୋଟି ଟଙ୍କାରେ ପହଁଚିଥିବା କହିଥିଲେ ସରକାର
-ଶେଷ ତଥ୍ୟ ସୁଦ୍ଧା ନିର୍ମାଣ ଖର୍ଚ୍ଚ ୧୨ ଶହ ୫୦ କୋଟି ଟଙ୍କାରେ ପହଁଚିଛି
-ନିର୍ମାଣ କାର୍ଯ୍ୟରେ ୧୦ ହଜାର କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ କର୍ମଚାରୀ କାମ କରିଛନ୍ତି
 

କାହିଁକି ଭିନ୍ନ ନୂଆ ସଂସଦ?

– ଦିବ୍ୟାଙ୍ଗଙ୍କ ଲାଗି ଅନୁକୂଳ ନୂଆ ସଂସଦ ଭବନ
– ମୁକ୍ତ ଓ ସ୍ୱାଧୀନ ଭାବେ ବୁଲିପାରିବେ ଦିବ୍ୟାଙ୍ଗ
– ଖୋଲା ସ୍ଥାନରେ ‘ଲନ୍’ ବ୍ୟବସ୍ଥା
– ଉଭୟ ଲୋକସଭା ଓ ରାଜ୍ୟସଭାର କ୍ଷମତା ଅଧିକ
– ଲୋକସଭା: ଜାତୀୟ ପକ୍ଷୀ ‘ମୟୂର’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ରାଜ୍ୟସଭା: ଜାତୀୟ ଫୁଲ ‘ପଦ୍ମ’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ
– ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି
– ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି
– ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । କୁହାଯାଉଛି ଜୁଲାଇରେ ହେବାକୁ ଥିବା ଅଧିବେଶନ ଏଇଠାରେ ହିଁ ହେବ...

(ବ୍ୟୁରୋ ରିପୋର୍ଟ, ଓଟିଭି)