Advertisment

Delhi RailwayStation Stampede: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା; କୁଲି ବଖାଣିଲେ ଛାତିଥରା କାହାଣୀ

୧୯୮୧ ମସିହାରୁ ନୂଆଦିଲ୍ଲୀ ଷ୍ଟେସନରେ କୁଲି କାମ କରୁଛି। ତେବେ ଷ୍ଟେସନରେ ଏତେ ଭିଡ଼ କେବେ ଦେଖି ନାହିଁ। ଦଳଚକଟା ପରେ ଷ୍ଟେସନରେ ଲୋକମାନଙ୍କ କପଡ଼ା ଓ ଜୋତା ଚାରିଆଡେ ପଡ଼ିଥିଲା। ମୁଁ ଓ ମୋ କୁଲି ଭାଇମାନେ ୧୫ଟି ମୃତଦେହ ବାହାର କରିଥିଲୁ ।

ଅଦ୍ୟତନ ହୋଇଛି
Delhi Stampede

Delhi Stampede

Advertisment

ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ତେବେ ସେହି କାଳ ରାତିର ଛାତିଥରା କାହାଣୀ ବଖାଣିଛନ୍ତି ନୂଆଦିଲ୍ଲୀ ଷ୍ଟେସନରେ କାମ କରୁଥିବା ଜଣେ କୁଲି।

Advertisment

କୁଲି ସୁଗନ ଲାଲ ମିଣା କହିଛନ୍ତି, ପ୍ରଯୋଗରାଜ ଯିବା ପାଇଁ ସ୍ପେଶାଲ ଟ୍ରେନ ୧୨ ନମ୍ବର ପ୍ଲାଟଫର୍ମରେ ଆସିବା କଥା। ହଠାତ୍ ସେହି ଟ୍ରେନଟି ୧୬ ନମ୍ବର ପ୍ଲାଟଫର୍ମରେ ପହଞ୍ଚୁଛି ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିଲା।  ଏହି ସମୟରେ ପ୍ରୟାଗରାଜ ଯିବା ପାଇଁ ସ୍ପେଶାଲ ଟ୍ରେନକୁ ଅପେକ୍ଷା କରିଥିବା ଲୋକେ ୧୬ ନମ୍ବର ପ୍ଲାଟଫର୍ମକୁ ଯିବା ପାଇଁ ଧାଁ ଦୌଡ଼ କରିଥିଲେ।

ଫଳରେ ଭିଡ଼ ଜମିଥିଲା। ଦଳାଚକଟା ହୋଇଥିଲା। ଯିଏ ପାରିଲା ଯାହା ଉପରେ ଚଢ଼ି ଯାଇଥିଲା। କିଛି ଲୋକ ତଳେ ପଡ଼ି ଯାଇଥିଲେ। ତାଙ୍କ ଉପରେ ଲୋକେ ଚଢ଼ି ପଳାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମୋର କିଛି କୁଲି ଭାଇ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ଆମେ ସ୍ଥାନୀୟ ପୋଲିସ, ଦମକଳ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲୁ। ମୁଁ ଓ ମୋ କୁଲି ଭାଇ ମାନେ ଦଳଚକଟାରେ ୧୫ରୁ ଅଧିକ ଶବ ବାହାର କରିଥିଲୁ।

Advertisment

ଅଧିକ ପଢ଼ନ୍ତୁ : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ, ଭିଡ ନିୟନ୍ତ୍ରଣ ପାଇଁ ଗଡିଲା ସ୍ପେଶାଲ ଟ୍ରେନ

୧୯୮୧ ମସିହାରୁ ନୂଆଦିଲ୍ଲୀ ଷ୍ଟେସନରେ କୁଲି କାମ କରୁଛି। ତେବେ ଷ୍ଟେସନରେ ଏତେ ଭିଡ଼ କେବେ ଦେଖି ନାହିଁ। ଦଳଚକଟା ପରେ ଷ୍ଟେସନରେ ଲୋକମାନଙ୍କ କପଡ଼ା ଓ ଜୋତା ଚାରିଆଡେ ପଡ଼ିଥିଲା।

Advertisment

କୁଲି ଜଣଙ୍କ ଆହୁରି କହିଛନ୍ତି, ପ୍ରୟାଗରାଜ ଯିବା ପାଇଁ ଆସୁଥିବା ସ୍ପେଶାଲ ଟ୍ରେନର ହଠାତ୍ ପ୍ଲାଟଫର୍ମ ବଦଳିବା ଯୋଗୁ ଏଭଳି ଅଘଟଣ ଘଟିଲା । ଦଳଟକଟା ଦେଖିକି ମୋତେ ଭୟରେ ଭୋକ ଶୋଷ ଲାଗୁନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। 

ତେବେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଅଘଟଣ ପରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ।

ଅଧିକ ପଢ଼ନ୍ତୁ: ହଠାତ୍ କୁଆଡୁ ମାଡିଆସିଲା ଏତେ ଭିଡ଼ ? ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ପୂରା ଘଟଣା

Delhi Railway Stations Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ