Advertisment

ଜନ୍ମର ଘଣ୍ଟାକ ପରେ ଆସିଲା ମୃତ୍ୟୁ, ଦୁନିଆ ଦେଖିବା ପୂର୍ବରୁ ଦୁନିଆ ଛାଡ଼ି ଚାଲିଗଲେ...

ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। ଜନ୍ମ ହେବାର ମାତ୍ର ଘଣ୍ଟାକ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଛି।

author-image
Rajalaxmi Sahoo
New Born Die After 1 Hour Of Birth In Road Accident

New Born Die After 1 Hour Of Birth In Road Accident

ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। ଏଭଳି କିଛି ଘଟଣା ରାଜସ୍ଥାନରେ ଘଟିଛି। ଜନ୍ମ ହେବାର ମାତ୍ର ଘଣ୍ଟାକ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଛି। ସଡ଼କ ଦୁର୍ଘଟଣାରେ ଶିଶୁଟିର ଜୀବନ ଚାଲି ଯାଇଛି। ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବଜାତକ, ତାଙ୍କ ମା’ ଓ ଜେଜେମା’ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବୁନ୍ଦି ଜିଲ୍ଲାର ହିନ୍ଦୋଲି ଥାନା ଅନ୍ତର୍ଗତ ଦେବାକାଖେଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ଦୁଇ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟ ଗାଡ଼ି ଚାଳକଙ୍କ ସମେତ ୨ ଜଣ ମହିଳା ଓ ନବଜାତକ ଅଛନ୍ତି। 

ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ...

ପୋଲିସ୍‌ ସୂଚନା ଅନୁସାରେ, ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ କାର୍‌ ଡ୍ରାଇଭର ପିଣ୍ଟୁ ମୀଣାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ନନ୍ଦୁ ମୀଣା, ରେଖା ମୀଣା ଓ ନବଜାତକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନବଜାତକଙ୍କ ବାପା ହଂସରାଜ ମୀଣାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦେଓଲିରୁ କୋଟା ରେଫର୍‌ କରାଯାଇଛି। 

Advertisment

ଦୁର୍ଘଟଣାର ଘଣ୍ଟାକ ପୂର୍ବରୁ ଜନ୍ମ ନେଇଥିଲା ଶିଶୁ...

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚାନ୍ଦାଦଣ୍ଡ ହଂସରାଜ ପତ୍ନୀ ରେଖାଙ୍କ ପ୍ରସବ ଲାଗି ଶ୍ୱଶୁର ଘର ଗାଁକୁ ଯାଉଥିଲେ। ସେମାନଙ୍କ ସହ ହଂସରାଜଙ୍କ ମା’ ମଧ୍ୟ ଥିଲେ। ଶନିବାର ରାତି ସାଢ଼େ ୧୧ଟାରେ ରେଖା ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ହଂସରାଜ, ପତ୍ନୀ, ପିଲା ଓ ମା’ଙ୍କ ସହ ଚାନ୍ଦାଦଣ୍ଡ ସ୍ଥିତ ଘରକୁ କାର୍‌ରେ ଫେରୁଥିଲେ। ଏହି ସମୟରେ ଦେବାକାଖେଡ଼ା ଗାଁ ନିକଟରେ ଅନ୍ୟ ଏକ କାର୍‌ ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ହଂସରାଜଙ୍କ ବ୍ୟତୀତ ତାଙ୍କ ମା’, ପିଲା ଓ ସ୍ତ୍ରୀ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। 

Road Accident Accident
Advertisment
Advertisment