• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏୟାର ଇଣ୍ଡିଆକୁ ମିଳିଲା ନୂଆ ସିଇଓ । ଇଲକେର ଆଇସି (Ilker Ayci) ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ବୋର୍ଡ଼ ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଳିଛି । ଏନେଇ ଟାଟା ସନ୍ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଟାଟା ସନ୍ସ ଏୟାର ଇଣ୍ଡିଆକୁ ନିଜ ଅଧୀନକୁ ନେବା ପରେ ଇଲକେର ହେବେ ଏହାର ପ୍ରଥମ ମୁଖ୍ୟ ।

ଇଲକେର ପୂର୍ବରୁ ତୁର୍କୀସ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ସେ ଆସନ୍ତା ଏପ୍ରିଲ ୧ରେ ଦାୟିତ୍ୱ ଗ୍ରହଣ କରିବେ । ୧୯୭୧ ମସିହାରେ ଇସ୍ତାନବୁଲରେ ଜନ୍ମଗ୍ରହଣ କରିଥିବା ଆୟସି ବୁଲକେଣ୍ଟ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନ ବିଭାଗର ଛାତ୍ର। ୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ କରି ୧୯୯୫ରେ ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ଗବେଷଣା କରିଥିଲେ । ଦୁଇ ବର୍ଷର ଗବେଷଣା ପରେ ୧୯୯୭ରେ ଆୟସି ଇସ୍ତାନବୁଲର ମରମାରା ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ ମାଷ୍ଟର ପ୍ରୋଗ୍ରାମ ପୂରା କରିବା ପରେ ତୁର୍କୀ ଏୟାରଲାଇନ୍ସରେ ଚାକିରି କରିଥିଲେ ।

ସେପଟେ ଗତ ଜାନୁଆରୀ ୨୭ରେ ଏୟାର ଇଣ୍ଡିଆକୁ ବିଧିବଦ୍ଧ ଭାବେ ନିଜ ଅଧିନକୁ ନେଇ ଥିଲା ଟାଟା । ଦୀର୍ଘଦିନ ଧରି କ୍ଷତିରେ ଚାଲିବା ପରେ ଏୟା ଇଣ୍ଡିଆକୁ ୧୮,୦୦୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ଭାରତ ସରକାର । ଦୀର୍ଘ ୬୭ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ପାଇଁ ୨୦୧୭ ମସିହାରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ମଧ୍ୟ ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ ।