Advertisment

NEET UG 2025 Today: ଆଜି NEET UG ପରୀକ୍ଷା, ଜାଣନ୍ତୁ କେମିତି ହୋଇଛି ପ୍ରସ୍ତୁତି

ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ଦେଶର ୫୦୦ ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୫,୪୫୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଦିନ ୨ଟାରୁ ସନ୍ଧ୍ୟା ୫ଟା ଯାଏ ପରୀକ୍ଷା ଚାଲିବ ।

ଅଦ୍ୟତନ ହୋଇଛି
ଆଜି NEET UG ପରୀକ୍ଷା ।

ଆଜି NEET UG ପରୀକ୍ଷା ।

Advertisment

ଆଜି ଆନୁଷ୍ଠିତ ହେବ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି-୨୦୨୫ ପରୀକ୍ଷା । ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି । ଓଡ଼ିଶାର ୨୭ଟି ସହରରେ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ଦେଶର ୫୦୦ ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୫,୪୫୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଦିନ ୨ଟାରୁ ସନ୍ଧ୍ୟା ୫ଟା ଯାଏ ପରୀକ୍ଷା ଚାଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଚଳିତ ବର୍ଷ ପରିକ୍ଷାର୍ଥୀଙ୍କ ପାଇଁ ଅଧିକ ୭୦୦ ସେଣ୍ଟର କରାଯାଇଛି । ଗତବର୍ଷ ୪ ହଜାର ୭୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

ଏଥର ମୋଟ୍ ୨୨ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପରିଚାଳନା ନେଇ NTA ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି । ପରୀକ୍ଷାକୁ ନିରପେକ୍ଷ ଏବଂ ସୁଗମ ଭାବରେ ପରିଚାଳନା କରିବା ପାଇଁ NTA ଅନେକ ପ୍ରମୁଖ ପଦକ୍ଷେପ ନେଇଛି । ପରୀକ୍ଷା ଅପରାହ୍ନରେ ହେବ ।

Advertisment

ଅଧିକ ପଢ଼ନ୍ତୁ: NEET ପରୀକ୍ଷା ପୂର୍ବରୁ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ମାଡ଼ିବସିଲା କମିଶନରେଟ୍ ପୋଲିସ

ସେଥିପାଇଁ ଗରମ ଯୋଗୁଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବ । ଗରମରେ କୌଣସି ଅସୁବିଧା ନହେବା ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବ ।

Advertisment

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରାଥମିକ ଚିକିତ୍ସା କିଟ୍ ଏବଂ ଆମ୍ବୁଲାନ୍ସର ସୁବିଧା ମଧ୍ୟ ରହିବ । ପରୀକ୍ଷାକୁ ବିନା ତ୍ରୁଟିରେ ପରିଚାଳନା କରିବା ପାଇଁ ପରୀକ୍ଷା ଦିନ ତିନୋଟି ସ୍ତରରେ ତଦାରଖ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦିନ ଠିକ୍ ସମୟରେ କେନ୍ଦ୍ରରେ ପହଞ୍ଚିବାକୁ ଏବଂ ଆଡମିଟ୍ କାର୍ଡ ଏବଂ ପରିଚୟପତ୍ର ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି ।

ତେବେ ପରୀକ୍ଷା ପୂର୍ବରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀ ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମଧ୍ୟପ୍ରଦେଶର ଜଣେ ଛାତ୍ରୀ ରାଜସ୍ଥାନର କୋଟାର କୁନହାଡି ଥାନା ଅଞ୍ଚଳରେ ରହି NEET ପାଇଁ ପ୍ରସ୍ତୁତି କରୁଥିଲେ ।

ତେବେ ଛାତ୍ରୀ ଗତ କିଛି ଦିନ ଧରି ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ବହୁତ ଚାପରେ ଥିଲେ ବୋଲି ପରିବାର ସଦସ୍ୟମାନେ ପୋଲିସକୁ କହିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ରୀ ଜଣକ ରହୁଥିବା ଘରେ ଜୀବନ ହାରିଛନ୍ତି । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଛାତ୍ରୀ ଜଣକ ଜୀବନ ହାରିବା ପରେ ପୂରା ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ୬ରେ ବାହାରିବ କି ଯୁକ୍ତ ଦୁଇ ରେଜଲ୍ଟ ? ଦ୍ୱନ୍ଦ ଦୂର କଲା CHSE

NEET Exam NEET UG Exam NEET Medical Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ