Advertisment

ଗୁଜୁରାଟ ଉପକୂଳରୁ ୨୦୦୦ କୋଟିର ଡ୍ରଗ୍ସ ଜବତ କଲା ଏନ୍‌ସିବି

ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
NCB, India Navy Seize Drugs Worth Rs 2,000 Crore Off Gujarat Coast

NCB, India Navy Seize Drugs Worth Rs 2,000 Crore Off Gujarat Coast

ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି । ଏଥିରେ ୫୨୯ କିଲୋଗ୍ରାମ ଚରସ, ୨୩୪ କିଲୋଗ୍ରାମର କ୍ରିଷ୍ଟାଲ ମିଥାଫେଟାମାଇନ୍ ଓ ୧୫ କିଲୋଗ୍ରାମର ହେରୋଇନ୍ ରହିଛି ।

Advertisment

ସୂଚନା ଅନୁସାରେ, ଏହି ଡ୍ରଗ୍ସ ପାକିସ୍ତାନରୁ ଆସୁଥିଲା ତେବେ ଏହି ଡ୍ରଗ୍ସ କାହା ପାଖକୁ ଆସୁଥିଲା ଏନ୍ସିବି ତାହାର ତଦନ୍ତ କରୁଛି । ବଡ଼ ବଡ଼ ଅଖାରେ ପ୍ୟାକିଂ ହୋଇଥିବା ଏହି ଡ୍ରଗ୍ସକୁ ଗୁଜୁରାଟର ପୋରବନ୍ଦରକୁ ଅଣାଯାଇଛି ତେବ ଜବତ ଡ୍ରଗ୍ସ ସଂପର୍କରେ ଏନ୍‌ସିବି ଅଧିକ ତଦନ୍ତ ଜାରି ରଖିଛି ।

ଡ୍ରଗ୍ସ ବିରୋଧରେ ଏନ୍‌ସିବିର ଅଭିଯାନରେ ଏହା ଅନ୍ୟତମ ବଡ଼ ସଫଳତା ନୋସେନାର ଜାହାଜରେ ସମୁଦ୍ର ମଝିରେ ୪ ଦିନ ଧରି ଜଗି ରହିବା ପରେ ଏତେବଡ଼ ଡ୍ରଗ୍ସ ଚାଲାଣକୁ ଧରାଯାଇପାରିଛି ବୋଲି ଏନ୍‌ସିବି ମହାନିର୍ଦ୍ଦେଶକ ଏସ୍. ଏନ୍. ପ୍ରଧାନ ସୂଚନା ଦେଇଛନ୍ତି ।

Advertisment

ଡ୍ରଗ୍ସ ନେଇ ଆସୁଥିବା ବୋଟ୍ଟି ଭାରତୀୟ ସାମୁଦ୍ରିକ ସୀମା ଭିତରେ ପ୍ରବେଶ କରିବା କ୍ଷଣି ଚଢ଼ଉ କରାଯାଇଥିଲା । ସବଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏନ୍‌ସିବି ଓ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ବୋଟ୍ଟିକୁ ବୁଡ଼ାଇ ଦେବାକୁ ଚେଷ୍ଟା କରାଯାଇଥିଲା ହେଲେ ନୌସେନା ଟିମ୍ ତତକ୍ଷଣାତ ଏଥିରୁ ଡ୍ରଗ୍ସ ଉଦ୍ଧାର କରିପାରିଥିଲେ ବୋଲି ଏନ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି ।

Gujarat NCB India Navy Drugs Seized
Advertisment
Advertisment