Advertisment

ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା ।

ଅଦ୍ୟତନ ହୋଇଛି
Omar Abdullah To Be Next J&K Chief Minister

Omar Abdullah

Advertisment

ବଡ଼ ଖବର । ଜାମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା । ଶ୍ରୀନଗରରେ ଘୋଷଣା କଲେ ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା । 

Advertisment

ଅଧିକ ପଢ଼ନ୍ତୁ: ଫେଲ୍ ମାରିଲା ଏକଜିଟ୍ ପୋଲ୍; କଂଗ୍ରେସ କହିଲା, ‘ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI

Advertisment

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ । ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍‌ରେ ହେଉଛି ମହାମୁକାବିଲା। ଏଥର ମଇଦାନକୁ ଓମର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଥିଲେ ।

ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି । ଗାନ୍ଦେରବଲ ହେଉଛି ନ୍ୟାଶନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ରହିଛନ୍ତି ।

Advertisment

Chief Minister Omar Abdullah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ