Advertisment

ଫେଲ୍ ମାରିଲା ଏକଜିଟ୍ ପୋଲ୍; କଂଗ୍ରେସ କହିଲା, ‘ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI’

ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Haryana Elections 2024

Haryana Elections 2024

ଫେଲ୍ ମାରିଲା ଏକଜିଟ୍ ପୋଲ୍। ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି। ହରିୟାଣାରେ ବିଜେପି ଆଗରେ, କଂଗ୍ରେସ ପଛରେ ପଡ଼ିଛି। ମୋଟ୍ ୯୦ ବିଧାନସଭା ଆସନରୁ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ୪୬କୁ ଛୁଇଁଛି ବିଜେପି। ସର୍ପାଇଜ୍ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ଦଳ। 

Advertisment

ସବୁ ଏକଜିଟ୍ ପୋଲରେ ପଛରେ ଥିବା ବିଜେପି ଏକଜାଟ୍ ପୋଲ୍‌ରେ ଆଗରେ ରହିଛି। ଏହି ଘଟଣାକୁ ନେଇ ଏବେ ରାଜନୀତି ବି ତେଜିଛି। କଂଗ୍ରେସ ନିର୍ବାଚନ କମିଶନକୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ଇସିଆଇ । ଫଳରେ ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଇବାକୁ ଚେଷ୍ଟା ହେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। 

ତେବେ ସବୁଠୁ ବଡ଼ ରୋଚକ କଥା ହରିୟାଣାରେ ବହୁମତ ଉପରେ ବିଜେପିର ସଂଖ୍ୟା ଆସିବା ପରେ ସେଲିବ୍ରେସନ ବନ୍ଦ କରିଦେଲା କଂଗ୍ରେସ । ସେପଟେ ଭୋଜି ଭାତ ଆୟୋଜନ ନେଇ ବିଜେପି ପକ୍ଷରୁ ଚାଲିଛି ଆୟୋଜନ । ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସର ଭଲ ପ୍ରଦର୍ଶନ ଦେଖି ମିଠା ବାଣ୍ଟିବା ସହ ବାଣ ଫୁଟାଇ ନାଚଗୀତ କରିଥିଲେ କଂଗ୍ରେସ କର୍ମୀ । ତେବେ ପରେ ତାହା ବନ୍ଦ ହୋଇଯାଇଛି।

Advertisment

ଏହା ଭିତରେ ନଡ୍ଡା ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ  । ଦଳର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ହେବ  । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡ ନେଇ ଆଲୋଚନା ସମ୍ଭାବନା ରହିଛି ।

BJP Congress ECI
Advertisment
Advertisment